ଶିକ୍ଷକମାନେ ନିଜେ ଆସି ଟିକା ନିଅନ୍ତୁ, କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ | ଆମେ ଯେଉଁ ବୟସ ଅନୁଯାୟୀ ଟିକାକରଣ କରୁଛୁ, ସମସ୍ତ ଶିକ୍ଷକ ସେଥିରେ ଅନ୍ତର୍ଭୁକ୍ତ | ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି, ସେମାନେ ନେବା କଥା | ଯଦି ଏଯାଏଁ ଟିକା ନେଇନାହାଁନ୍ତି, ତେବେ ସ୍ୱତଃପ୍ରବୃତ ଭାବରେ ଆସି ଟିକା ନିଅନ୍ତୁ | ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର ଏନେଇ ଅନୁରୋଧ କରିଛନ୍ତି | ସେହିପରି ଆଇସିଏମଆର ଆଣ୍ଟିବଡି ରିପୋର୍ଟ ଓ ରାଜ୍ୟ ରିପୋର୍ଟ ଭିନ୍ନ ବୋଲି କୁହାଯାଇଛି | ଆମ ରାଜ୍ୟର ସ୍ଥିତି ଆଇଏଲଏସ ଠାରୁ ଜାଣିବା ପରେ, ଯଦି କମ ଆଣ୍ଟିବଡି ଥିବ ତେବେ ତାହାର ବ୍ୟବସ୍ଥା କରାଯିବ |

ଆଇସିଏମଆର କର୍ତ୍ତୃପକ୍ଷ କଣ ରିପୋର୍ଟ ଦେଉଛନ୍ତି ତାହାକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି | ଆମର ସର୍ଭିଲାନ୍ସ ରଖିବା ହେଉଛି ଆମର ମୁଖ୍ୟ କାର୍ଯ୍ୟ | ସରକାର ଯେଉଁ ଭଳି ଭାବେ କୋଭିଡ କଟକଣା ମାନିବାକୁ କହିଛନ୍ତି ସେହିପରି ସ୍କୁଲ କର୍ତ୍ତୃପକ୍ଷ ତାହାକୁ ତଦାରଖ କରିବେ |

ସେହିପରି ରାଜ୍ୟର ସ୍ଥିତି ଭଲ ଅଛି, ଯଦି ଦୁଇ ତିନୋଟି ଜିଲ୍ଲାରେ ପଜିଟିଭିଟି ଅଧିକ ରହିଛି, ସଂକ୍ରମଣ ନିମ୍ନଗାମୀ ହେଉଛି | ସରକାରଙ୍କ ନିୟମ ନ ମାନିଲେ ଏନଫୋର୍ସମେଣ୍ଟ ହେବ | ସଂକ୍ରମଣ ହାର ସହିତ ଆଡ଼ମିସନ ସଂଖ୍ୟା, ଗୁରୁତର ରୋଗୀଙ୍କ ସଂଖ୍ୟା ଦେଖନ୍ତୁ, ଆମ ସ୍ଥିତି ଭଲ ଅଛି |

ସମ୍ବନ୍ଧିତ ଖବର