ଭୁବନେଶ୍ବର: କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଅପିଲ କଲେ ଜନ ସ୍ୱାସ୍ଥ୍ୟ ନିର୍ଦେଶକ। ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ।ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ।ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି।

Advertisment

ଜନ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର  କହିଛନ୍ତି, ଭାରତ ସରକାରଙ୍କ ନିର୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆମେ ସତର୍କ ରହିବା। ସର୍ଭିଲାନ୍ସ ବଢ଼ାଇବା ସହ ସତର୍କ ରହିବା। ଲକ୍ଷଣ ଦେଖା ହେଲେ ପରୀକ୍ଷା କରନ୍ତୁ। ଟେଷ୍ଟିଙ୍ଗ ବଢ଼ିବା ପାଇଁ ବ୍ୟବସ୍ଥା କରାଯିବ। ଭାରତରେ ଯେତିକି ଲୋକ ପଜିଟିଭ ଆସିଛନ୍ତି, ସେଥିମଧ୍ୟରୁ ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ସିଭିୟର ହୋଇନାହିଁ। ଭାରତ ସରକାରଙ୍କ ନିର୍ଦେଶ ଅନୁସାରେ ଚିକିତ୍ସା କରାଯିବ।କିନ୍ତୁ କିଛି ରାଜ୍ୟ କରିଛନ୍ତି।