ଭୁବନେଶ୍ୱର: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ସଂକ୍ରମଣ ରହିଆସୁଛି। ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି। ହେଲେ ହସ୍ପିଟାଲ ଆଡମିସନ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି। ଏହାସହ ଭେଣ୍ଟିଲେଟରରେ ଆଡମିଟ ହେଉଥିବା ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ଅଛି। ଆସିୟୁରେ ଛୋଟ ପିଲାଙ୍କ ଆଡମିସନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି।
ରାଜ୍ୟରେ ତିନିମାସ ହେଲାଣି ସଂକ୍ରମଣ ତଳ ଉପର ହେଉଥିବାର ଦେଖା ଯାଉଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିସନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି, ଯାହାକି ଖୁବ୍ ଉଦବେଗଜନକ। ତେବେ ବର୍ତ୍ତମାନ ସମୟରେ ୧୦୦ରୁ ୮୦ଜଣ ଲକ୍ଷଣବିହୀନ।
ବର୍ତ୍ତମାନ ୮୦ ପ୍ରତିଶତ କରୋନା ସଂକ୍ରମଣ ଲକ୍ଷଣବିହୀନ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2021/10/bijay-moh-hd-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)