ଏବେଠାରୁ ଶିଶୁଙ୍କୁ ସର୍ଭିଲାନ୍ସରେ ରଖିବା ସହ ଅଧିକ ସଂଖ୍ୟକ ଶିଶୁଙ୍କ ଟେଷ୍ଟିଂ ହେବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ତୄତୀୟ ଲହର ପାଇଁ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଆଜିଠାରୁ ଶିଶୁ ସଂକ୍ରମଣର ତଥ୍ୟ ଦିଆଯିବା ଆରମ୍ଭ ହୋଇଛି। ଲକ୍ଷଣ ଥିବା ଶିଶୁଙ୍କ ତୁରନ୍ତ ଟେଷ୍ଟ ପାଇଁ କିଛି ଦିନ ପୁର୍ବରୂ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଗତ ୨୪ ଘଣ୍ଟା ରେ ୭୯ ହଜାର ଟେଷ୍ଟ ମଧ୍ୟରୁ୧୮ବର୍ଷରୁ କମ୍ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପରିସଂଖ୍ୟାନ କହୁଛି ଟେଷ୍ଟିଂର ୧୫ ପ୍ରତିଶତ ଯାଏ ଶିଶୁ ସଂକ୍ରମିତ ହୋଇପାରିଵେ। ଶିଶୁ ସଂକ୍ରମଣର ଟ୍ରେଣ୍ଡ ଜାଣିବା ପାଇଁ କିଛି ସମୟ ଆବଶ୍ୟକ। ଏବେଠାରୁ ଶିଶୁଙ୍କୁ ସର୍ଭିଲାନ୍ସରେ ରଖିବା ସହ ଅଧିକ ସଂଖ୍ୟକ ଶିଶୁଙ୍କ ଟେଷ୍ଟିଂ ହେବ। ଶିଶୁଙ୍କ ଚିକିତ୍ସା ପାଇଁ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ ନୂତନ ଟାସ୍କଫୋର୍ସର ତାଲିମ ଚାଲିଛି। ବର୍ତ୍ତମାନ ଭୟଭୀତ ହୁଅନ୍ତୁ ନାହିଁ, ସଠିକ ଟ୍ରେଣ୍ଡକୁ ଦେଖି ଉଚିତ ପଦକ୍ଷେପ ନିଆଯିବ।
,

ସମ୍ବନ୍ଧିତ ଖବର