ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ନେଇ ମତ ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, କୋଭିଡ ସଂକ୍ରମଣ ଯେତେବେଳେ ବଢୁଛି ତା ସହ ପଜିଟିଭ୍ ରେଟ୍ ବି ବଢୁଛି, ଏହା ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ପୂର୍ବ ଲହରଗୁଡ଼ିକ ଅପେକ୍ଷା ବଢିବା ହାର କମ୍ ରହିଛି। ହସ୍ପିଟାଲାଇଜେସନ ରେଟ୍ ଏତେ ଉଦବେଗଜନକ ନୁହେଁ। ସମୁଦାୟ ପଜିଟିଭ କେସରୁ ମାତ୍ର ୧.୧ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତେଣୁ ହସ୍ପିଟାଲାଇଜେସନ ପାଇଁ ପର୍ଯ୍ୟାପ୍ତ ବେଡ୍ ଅଛି। ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ କୁହାଯାଇଛି, ଯେତେବେଳେ ଦରକାର ପଡ଼ିବ ବ୍ୟବସ୍ଥାକୁ ବଢ଼ାଯିବ।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଦେଶର ଅନ୍ୟ ସ୍ଥାନରେ ସଂକ୍ରମଣ ବଢୁଛି। ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡ଼ିଶାରେ ବଢ଼ିବା ଆରମ୍ଭ ହୁଏ। ତେଣୁ ଥରେ ବଢ଼ିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢ଼ିବ। ଯେତେବେଳେ ମହାମାରୀ ବଢେ, କିଛି ଦିନ ବଢ଼ିଲା ପରେ ସ୍ଥିରତା ଆସେ ଏବଂ ତାପରେ ହ୍ରାସ ପାଏ। ବର୍ତ୍ତମାନ ଆମେ ସଂକ୍ରମଣର ଉର୍ଦ୍ଧ୍ବମୁହାଁ ସ୍ଥିତିରେ ଅଛନ୍ତି। ଏବେ କହି ହେବନାହିଁ, ଏହାର ସ୍ଥିରତା କେବେ ଆସିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭିଲାନ୍ସକୁ ଆହୁରି ଜୋରଦାର କରାଯିବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ଔଷଧ ଅଛି। ଏହାସହ ଆଜି ଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ପ୍ରିକସନ ଡୋଜର ଟିକାକରଣ ଆରମ୍ଭ ହୋଇଛି। ସବୁ ଦିନର ପରିସଂଖ୍ୟାନକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେଉଛନ୍ତି।
ସରକାର ପଜିଟିଭିଟି ରେଟ୍ ଦେଖି ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେବେ। ଯେତେ ପର୍ଯ୍ୟନ୍ତ ସେମିତି ପରିସ୍ଥିତି ନ ଆସିଛି ସବୁ ବନ୍ଦ କରିଦେବା ଠିକ୍ ନୁହେଁ। ତେଣୁ ଏ ବିଷୟରେ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ। ସ୍କୁଲ, ଭିଡ଼ ହେଉଥିବା ଜାଗା ଉପରେ ଫୋକସ୍ ଦିଆଯିବ। ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଅବହେଳା କରନ୍ତୁ ନାହିଁ । ଏବେ ଘରେ ଘରେ ଥଣ୍ଡା ଜ୍ଵର ଦେଖିବାକୁ ମିଳୁଛି। ତେଣୁ ଲକ୍ଷଣ ଆସିଲେ, ତୁରନ୍ତ ଟେଷ୍ଟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ସରକାର ଠିକ୍ ସମୟରେ ସ୍କୁଲ ଓ କଲେଜ ବନ୍ଦ ନିଷ୍ପତ୍ତି ନେବେ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2022/07/9487494c-7214-45b5-a006-8827636a95a9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)