ଭୁବନେଶ୍ବର : ଚୀନରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଓମ୍ରକିନ୍ ବିଏଫ୍.୭ ପ୍ରଜାତି ଓଡ଼ିଶାରେ ଚିହ୍ନଟ ନେଇ ଘୋଷଣା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଓ଼ ବିଶେଷଜ୍ଞମାନେ ସାମିଲ ହୋଇଥିଲେ।
ଏହି ବୈଠକ ସଂପର୍କରେ ଅଧିକ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡ ପାଇଁ ସନ୍ଧ୍ୟା ସୁଦ୍ଧା ଆସିବ ନୂଆ ଆଡ଼ଭାଇଜରି। ଭିଡ଼କୁ ନ ଯିବା ଓ଼ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କୋଭିଡ ଲକ୍ଷଣ ଦେଖାଦେଲେ ଟେଷ୍ଟିଙ୍ଗ କରାଯିବ। ଯାହାର ପଜିଟିଭ ବାହାରିବ, ଜିନମ ସିକ୍ଯୁଏନସି ବାହାର କରାଯିବ। ହକି ବିଶ୍ୱକପ ଉପରେ ବି ସତର୍କ ନଜର ରଖାଯାଇଛି। ଖେଳ ସମୟରେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ଖୋର୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଓମ୍ରିକନ୍ ବିଏଫ୍.୭ ପ୍ରଜାତି ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅନ୍ୟ କୌଣସି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିନାହିଁ। ପ୍ରାୟ ୧ମାସ ହେବ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ତେଣୁ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟିଂ-କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ଚିଠି ଜାରି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp