ବିଧାୟକ ଜଗଦ୍ଦେବଙ୍କ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା: ହାଇକୋର୍ଟରେ ଦାଖଲ ହେବ ରିପୋର୍ଟ

ଖୋର୍ଦ୍ଧା : ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦ‌େଶକ୍ରମେ ରବିବାର ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ପୂର୍ବାହ୍ନ ୧୦ଟାରେ ବିଧାୟକ ଶ୍ରୀ ଜଗଦ୍ଦେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ନେତୃତ୍ବରେ ବିଭିନ୍ନ ବିଭାଗର ୭ଜଣିଆ ବିଶେଷଜ୍ଞ ଓ ଡିଏମ୍ଓଙ୍କୁ ନେଇ ଗଠିତ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ୨ ଘଣ୍ଟା ଧରି ତାଙ୍କ ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ରିପୋର୍ଟ ଯାଞ୍ଚ କରିଥିଲେ। ସେ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି, ଏହା ସାମୟିକ ନା ଦୀର୍ଘକାଳୀନ, କେଉଁ କେଉଁ ଚିକିତ୍ସାଳୟରେ କେଉଁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଚିକିତ୍ସା ହୋଇଛନ୍ତି, କେଉଁ ଔଷଧ ଖାଉଛନ୍ତି, ତାଙ୍କର ଶରୀରର ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ରହିଛି କି ଏନେଇ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା।

ଏ ସମ୍ପର୍କରେ ସିଡିଏମ୍ଓ ଡା. ନାୟକ କହିଛନ୍ତି ଯେ ରବିବାର ଦିନ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ବିଧାୟକଙ୍କ ସମସ୍ତ ସ୍ବାସ୍ଥ୍ୟ ରିପୋର୍ଟ ଯାଞ୍ଚ କରିଥିଲା। ଏହି ବୋର୍ଡରେ ଚକ୍ଷୁ, ନାସା, ଗଳା ଓ କର୍ଣ୍ଣ, ଅସ୍ଥିଶଲ୍ୟ, ଭେଷଜ ଆଦି ବିଭାଗର ବିଶେଷଜ୍ଞଙ୍କ ସହ ଡିଏମ୍ଓ ଓ ସେ ନିଜେ ଉପସ୍ଥିତ ଥିଲେ। ଏହାର ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରାଯିବ। ଏଣୁ ଏନେଇ ସେ ଅଧିକ କିଛି କହିପାରିବେନାହିଁ।

ସୂଚନାଯୋଗ୍ୟ, ବାଣପୁରରେ ଗାଡ଼ି ଚଢ଼ାଇ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟାଉଦ୍ୟମ ମାମଲାରେ ଗିରଫ ହୋଇଥିବା ଶ୍ରୀ ଜଗଦ୍ଦେବଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଉଚ୍ଚ ନ୍ୟାୟାଳୟ ପ୍ରଥମେ ୭ ଦିନ ଜାମିନ ଦେଇଥିଲେ। ଏହା ଶେଷ ହେବାପରେ ପୁଣି ୭ ଦିନକୁ ବୃଦ୍ଧି କରିଥିଲେ। ଏହି ଜାମିନ ମିଆଦ ଆସନ୍ତା ୧୧
ତାରିଖରେ ଶେଷ
ହେଉଛି।

ସମ୍ବନ୍ଧିତ ଖବର