ଭୁବନେଶ୍ବର: ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି। ସେ କହିଛନ୍ତି, ଜେନମ ସିକ୍ୟୁଏନ୍ସିକୁ ବଢେଇବାକୁ ପଡ଼ିବ। ଏହା ଦ୍ୱାରା ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖି ପାରିବା। ମହାରାଷ୍ଟ୍ର ପରି ଓଡ଼ିଶାକୁ ବି ଏପରି କରିବାକୁ ପଡ଼ିବ। ସବୁ କୋଭିଡ କଟକଣାକୁ କଡ଼ାକଡ଼ି କରିବାକୁ ପଡ଼ିବ।
ଓଡ଼ିଶାରେ ନଭେମ୍ବର ମାସ ପର୍ଯ୍ୟନ୍ତ କୋଭିଡ କଟକଣା ରଖିବାକୁ ପଡ଼ିବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି। ଏପରିକି ବର୍ଷ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମକୁ ମାନିବାକୁ ପଡ଼ିବ, କାରଣ ଅନେକ ଦେଶରେ ତୃତୀୟ ଲହର ଆସିଗଲାଣି। ଆମେ ଯଦି ସତର୍କ ନ ରହିବା ତେବେ ତୃତୀୟ ଲହର ଶୀଘ୍ର ଆସିଯିବ। ଅକ୍ଟୋବର ଶେଷ ଆଡ଼କୁ ଆମ ରାଜ୍ୟରେ ତୃତୀୟ ଲହର ଆସିବାର ବହୁ ସମ୍ଭାବନା ରହିଛି।
/sambad/media/post_attachments/wp-content/uploads/2021/07/dr-niroj-mishra.jpg)
ଯେଉଁ ଜାଗାରେ ଅଧିକ କରୋନା ମାମଲା ରହିବ, ସେଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ। ଯେହେତୁ ଆମର କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ତେଣୁ ଏଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ତେଣୁ ଆମର ସଂକ୍ରମଣ ରେଟକୁ କମେଇବାକୁ ପଡ଼ିବ। ସେ ଦୃଷ୍ଟିରୁ ଆମକୁ କୋଭିଡ ନିୟମ ମାନିବାକୁ ପଡ଼ିବ। ସରକାର ତ ଯାହା ପଦକ୍ଷେପ ନେଉଛନ୍ତି, ମାତ୍ର ଆମେ କଟକଣାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ଦରକାର ।
ସେ ପୁଣି କହିଛନ୍ତି, ଟିକା ନେବା ପରେ ବି ସଂକ୍ରମଣ ହେଉଛି। ତେଣୁ , ଲୋକମାନେ କଟକଣା ମାନନ୍ତୁ। ଡବଲ ଡୋଜ ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ। ମାତ୍ର ୫ ପ୍ରତିଶତ ପାଇଁ ବି ଆମକୁ ସତର୍କ ରହିବାକୁ ପଡ଼ିବ। ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି। ଭୂତାଣୁ ଶରୀର ଭିତରେ ରହିପାରେ। ଡେଲଟା ଭେରିୟଣ୍ଟ ବହୁ ଜଟିଳ। ଏହି ଭୂତାଣୁ ଆମ ଭିତରେ ଅଧିକ ଦିନ ରହିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/State-Govt-Should-Make-Special-Project-For-Third-Wave_Thumbnail.jpg)