ଯାଜପୁର/କଳିଆପାଣି : ଶିଳ୍ପାଞ୍ଚଳ ଓ ଖଣିଖାଦାନର ଉତ୍କଟ ପ୍ରଦୂଷଣ ଚିନ୍ତାର କାରଣ ହୋଇଛି। ପ୍ରଦୂଷଣ ପାଇଁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଦେଶର ସର୍ବାଧିକ କ୍ରୋମ ଗଚ୍ଛିତ ଥିବା ସୁକିନ୍ଦା ବ୍ଲକ୍ କାଳିଆପାଣି କ୍ରୋମ ଉପତ୍ୟକାରେ ଅଞ୍ଚଳବାସୀ ବିଭିନ୍ନ ପ୍ରଦୂଷଣଜନିତ ରୋଗରେ ପଡ଼ି ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏପରିକି ଯକ୍ଷ୍ମାରୋଗରେ ଲୋକଙ୍କ ମୃତ୍ୟୁକୁ ନେଇ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଜାତୀୟ ମାନବିକ ଅଧିକାର କମିସନ(ଏନ୍‌ଏଚ୍‌ଆରସି)ରେ କଳାହାଣ୍ଡିର ଦିଲ୍ଲୀପ କୁମାର ଦାସ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ସ୍ବାସ୍ଥ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

Advertisment

ପ୍ରକାଶ ଥାଉକି କଳିଆପାଣି କ୍ରୋମାଇଟ ଖଣି ଅଞ୍ଚଳର ପାଣି ଓ ପବନ ପ୍ରଦୂଷିତ ହେବାରେ ଲାଗିଛି। ଯାହାକୁ ନେଇ ‘ସମ୍ବାଦରେ ଗତ ମାର୍ଚ୍ଚ ୨୪ତାରିଖରେ ‘ଯକ୍ଷ୍ମାରେ କଲବଲ ଖଣି ଅଞ୍ଚଳବାସୀ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ତଥ୍ୟଭିତ୍ତିକ ଖବରକୁ ନେଇ ଦିଲ୍ଲୀପ ଦାସ ଜାତୀୟ ମାନବିକ ଅଧିକାର କମିସନଙ୍କ ଦୃ‌ଷ୍ଟିକୁ ଗତ ମାର୍ଚ୍ଚ ୩୦ତାରିଖରେ ଆଣିଥିଲେ।