ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ତ୍ୱରିତ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଓ ଏହାର ପଡୋଶୀ ରାଜ୍ୟଗୁଡ଼ିକରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରୁ ପ୍ରତିଦିନ ଓଡ଼ିଶାକୁ ଆକାଶମାର୍ଗ ଓ ରେଳପଥରେ ହଜାର ହଜାର ଯାତ୍ରୀମାନେ ଫେରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଦାସ ପୂର୍ବରୁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ବିଜ୍ଞପ୍ତି ଅନୁସାରେ ମନ୍ତ୍ରୀ ଶ୍ରୀ ଦାସ ବିଭିନ୍ନ ବିମାନବନ୍ଦର ଓ ରେଳ ଷ୍ଟେସନରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଠିକ୍‌ ଭାବେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତଦାରଖ, ଯୋଜନା, ସମନ୍ଵୟ ଓ ଏହାକୁ କିପରି ଠିକ୍‌ ଭାବେ ଲାଗୁ କରାଯାଇ ପାରିବ ସେ ସଂପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ।

ସମ୍ବନ୍ଧିତ ଖବର