ନୂଆଦିଲ୍ଲୀ/ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ୬ଦିନ ବିିତିଯାଇଥିଲେ ମଧ୍ୟ ବଳିଆର ଚେତା ଫେରିନି। ଏହାକୁ ନେଇ ସମସ୍ତଙ୍କର ଚିନ୍ତା ବଢିବାରେ ଲାଗିଛି। ଏହା ସତ୍ତ୍ୱେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଦ୍ଧାର ଆସିବ ବୋଲି ଡାକ୍ତରୀଦଳ ଆଶାବାଦୀ ଅଛନ୍ତି। କାରଣ ଉଭୟ ଜଗା ବଳିଆଙ୍କ ସ୍ୱାସ୍ଥ୍ୟ ପରିମାପ ବର୍ତ୍ତମାନ ସ୍ଥିର ଥିବା ଜଣାଯାଇଛି।
ଆଇସିୟୁର ଭେଣ୍ଟିଲେଟରରେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାର ନିରୀକ୍ଷଣ କରୁଥିବା ବିଶେଷଜ୍ଞ ଡାକ୍ତରୀଦଳ ଜଗା ବଳିଆଙ୍କୁ ସ୍ୱାଭାବିକ ସ୍ଥିତିକୁ ଆଣିବାପାଇଁ ପ୍ରୟାସ ଜାରି ରଖିଛନ୍ତି। ଆବଶ୍ୟକ ପରୀକ୍ଷା ନିରୀକ୍ଷା ମଧ୍ୟ ଜାରି ରହିଛି। ଏପଟେ ଜଗାବଳିଆଙ୍କ ସ୍ୱାସ୍ଥ୍ୟ ସ୍ଥିତି ଓ ଅସ୍ତ୍ରୋପଚାର ଆଦି ସଂପର୍କରେ ଅନୁଧ୍ୟାନ କରିବା ଲାଗି ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ୍ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ବରିଷ୍ଠ ଡାକ୍ତରଙ୍କ ସହିତ ଆଲୋଚନା କରିବେ ଓ ଅଧିକ ଅର୍ଥର ଆବଶ୍ୟକତା, ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିବେ।
ମିଳିଥିବା ଖବର ଅନୁସାରେ, ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ମଧ୍ୟ ବଳିଆର ବହୁ ସମୟ ପରେ ଚେତା ଫେରିଥିଲା। ଯେହେତୁ ପ୍ରଥମ ପର୍ଯ୍ୟାୟ ଅପରେସନ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଅଧିକ ଜଟିଳ ଓ ଜଗା ତୁଳନାରେ ବଳିଆ ଅଧିକ ଦୁର୍ବଳ, ଏଣୁ ନିଶ୍ଚେତକର ପ୍ରଭାବରୁ ବାହାରିବା ପାଇଁ ସମୟ ଲାଗୁଛି ବୋଲି ଡାକ୍ତରୀଦଳ ଅନୁମାନ କରୁଛନ୍ତି। ତେବେ ଦୁଇ ମାସ ବ୍ୟବଧାନରେ ଦୁଇ ଦୁଇଟି ଜଟିଳ ସର୍ଜରିକୁ ଦୁଇ ଶିଶୁ ସହ୍ୟ କରିବା ଆଦୌ ସହଜ କଥା ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ଅନ୍ୟପକ୍ଷରେ ଦୁଇ ଶିଶୁଙ୍କ ଯୋଡ଼ାମୁଣ୍ଡ ଅଲଗା ହୋଇପାରିବ ବୋଲି କଳ୍ପନା କରିନଥିବା ଜଗା ବଳିଆଙ୍କ ବାପା ମା’ ଦୁଇ ଶିଶୁ ସୁସ୍ଥ ହେବାପରେ ସେମାନଙ୍କୁ ଫିରିଙ୍ଗିଆା ନେଇ ଯିବେ ବୋଲି ଆଶା ବାନ୍ଧି ବସିଛନ୍ତି। ପ୍ରଭୁ ଜଗନ୍ନାଥ ସେମାନଙ୍କ ପ୍ରାର୍ଥନା ଶୁଣିଛନ୍ତି ଓ ଏମ୍ସ ଡାକ୍ତରମାନେ ଏହି କାର୍ଯ୍ୟରେ ସଫଳ ହୋଇଛନ୍ତି ବୋଲି ସେମାନେ କହିଛନ୍ତି।
ବଳିଆର ଚେତା ଫେରିନି, ଡାକ୍ତରୀଦଳ ଚିନ୍ତିତ
ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ ଯିବେ
/sambad/media/post_attachments/wp-content/uploads/2017/11/jaga-kalia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)