ଡି.ପ୍ରକାଶ ରାଓଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ହସ୍ପିଟାଲରେ ସାକ୍ଷାତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଶ୍ରୀ ରାଓଙ୍କ ଚିକିତ୍ସା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନ ହୁଏ ସେଥିପାଇଁ ମେଡିକାଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦେବା ସହିତ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ଦୁଇଦିନ ତଳେ ଶ୍ରୀ ରାଓ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏସ୍‌ସିବିରେ ଭର୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବରିଷ୍ଠ ଡାକ୍ତରୀଦଳ ୨୪ ଘଣ୍ଟିଆ ନଜର ରଖିଛନ୍ତି। ସେ ମେଡିକାଲରେ ଭର୍ତି ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିବା ସହିତ ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବା ପାଇଁ ମେଡିକାଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଶିଷ୍ଟ ସମାଜସେବୀ ଶ୍ରୀ ରାଓ ଜଣେ ନିୟମତି ରକ୍ତଦାତା। ନିକଟରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର କଟକ ଗସ୍ତ ସମୟରେ ଶ୍ରୀ ରାଓଙ୍କୁ ସ୍ବତନ୍ତ୍ର ଭାବେ ଭେଟିଥିଲେ।

ସମ୍ବନ୍ଧିତ ଖବର