ନିରଞ୍ଜନଙ୍କ ଶକ୍ତି ପ୍ରଦର୍ଶନ: ମା’ ସୁରେଶ୍ଵରୀଙ୍କ ଆଶୀର୍ବାଦ ନେଲେ, ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କଲେ

ସାମିଲ ହେଲେ ପାଞ୍ଚ ହଜାର ଅଧିକ ନେତା କର୍ମୀ

ସୋନପୁର/ବୀରମହାରାଜପୁର: ସ୍ବାସ୍ଥ୍ୟମନ୍ତ୍ରୀ ତଥା ସୋନପୁର ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମେ ମା’ ସୁରେଶ୍ଵରୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେଠାରୁ ଯାଇ ପୁଣି ମା’ ଦୁର୍ଗାଙ୍କ ମନ୍ଦିରେ ପୂଜା କରିଥିଲେ।

ମା’ଙ୍କ ଆଶୀର୍ବାଦ ନେଲା ପରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପୂଜାରୀଙ୍କ ସ‌ହିତ ବଲାଙ୍ଗୀର ବିଜେଡ଼ି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର କମ୍ଫ, ଉପସଭାପତି କଇରୁ ସ୍ବାଇଁ, ରମେଶ ପୂଜାରୀ, ବରିଷ୍ଠ ବିଜେଡ଼ି ନେତା ଅଭିମନ୍ୟୁ କୁଶଳ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅଶୋକ କୁମାର ନନ୍ଦ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ନିର୍ବାଚିତ ପ୍ରତିନିଧି ନେତା ଓ କର୍ମୀମାନେ ସାମିଲ ହୋଇଥିଲେ। ଶ୍ରୀ ପୂଜାରୀ ବୁଧବାର ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର