ନୂଆପଡ଼ା କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆପଡ଼ା: ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ନୂଆପଡ଼ା ଜିଲ୍ଲାରେ ସଲଦା ନିକଟସ୍ଥ ଅନ୍ବେଷା ହଷ୍ଟେଲରେ ଥିବା ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନରେ ଆସିଥିଲେ। ଏହି ଅବସରେ ସେ କୋଭିଡ୍ ହସ୍ପିଟାଲର ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିବା ସହ ସ୍ବାବ୍ ସଂଗ୍ରହ ସଂପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବ୍ୟତୀତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ହସ୍ପିଟାଲରେ ୬ଟି ଶଯ୍ୟା ବିଶିଷ୍ଟ ସେଣ୍ଟ୍ରାଲ ଏସି ଯୁକ୍ତ ଆଇସିୟୁ ୱାର୍ଡ ମଧ୍ୟ ରହିଛି। ୪୦ ଶଯ୍ୟା ବିଶିଷ୍ଟ ପଜିଟିଭ୍ ରୋଗୀ ପାଇଁ ଆଇସୋଲେସନ ୱାର୍ଡ ମଧ୍ୟ ରହିବା ସହ ଅନ୍ୟ ଶଯ୍ୟା ସନ୍ଦିଗ୍ଧ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।


ଏହାପରେ ମନ୍ତ୍ରୀ ଖରିଆରରେ ନିର୍ମିତ ଡାକ୍ତରଖାନା ବିଲ୍ଡିଙ୍ଗକୁ ଉଦଘାଟନ କରିଥିଲେ। ଏଥିରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର