ରୋଗୀମାନଙ୍କ ସହ ଫୋନରେ କଥା ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର : ଡାକ୍ତରଖାନାରେ ରୋଗୀମାନଙ୍କୁ କିପରି ସ୍ବାସ୍ଥ୍ୟ ସେବା ମିଳୁଛି ସେ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ରୋଗୀମାନଙ୍କ ସହ ଫୋନରେ କଥା ହୋଇଛନ୍ତି। ‘ମୋ ସରକାର’ ଓ ୫ ‘ଟ’ କାର୍ଯ୍ୟକ୍ରମ ଜରିଆରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିଛି। ଲୋକସେବା ଭବନରେ କେତେକ ରୋଗୀଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଫୋନ କରି ଡାକ୍ତରଖାନାରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନଙ୍କ ଉତ୍ତମ ବ୍ୟବହାର ଓ ନିରାମୟ ଯୋଜନାରେ ମାଗଣା ଔଷଧ ମିଳୁଛି କି ନାହିଁ ସେ ସମ୍ପର୍କରେ ସିଧାସଳଖ ରୋଗୀଙ୍କ ସହିତ କଥା ହୋଇଥିଲେ। ନିଦାନ ଯୋଜନାରେ ମାଗଣା ରୋଗ ପରୀକ୍ଷା ସୁବିଧା ଓ ଏଥିରୁ ସୁଫଳ ମିଳୁଛି କି ନାହିଁ ସେ ବିଷୟରେ ରୋଗୀମାନଙ୍କଠାରୁ ଶ୍ରୀ ଦାସ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର