କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ ବଡ଼ ଟ୍ରାଜେଡି ସମୟରେ ଏସସିବି ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଦିଗରେ ତତ୍ପରତା ବେଶ ଉଚ୍ଚକୋଟିର। ତେବେ ଏଠାରୁ ଯେଉଁମାନେ ଭଲ ହେବେ ଓ ଡିସଚାର୍ଜ ହେବେ ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପଠେଇବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଆଉ ଯେଉଁ ଆହତ ବର୍ତ୍ତମାନ ଏସସିବିରେ ଚିକିତ୍ସାରତ ରହିଛନ୍ତି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ।
ଏସସିବିରେ ଚିକିତ୍ସାରତ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
/sambad/media/post_attachments/wp-content/uploads/2023/06/ch-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)