ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ମାମଲା: କଂଗ୍ରେସର ସିବିଆଇ  ତଦନ୍ତ ଦାବି, ବିଜେପିର ବିଦ୍ରୋହ ନିଷ୍ପତ୍ତି

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ମାମଲା: କଂଗ୍ରେସର ସିବିଆଇ  ତଦନ୍ତ ଦାବି, ବିଜେପିର ବିଦ୍ରୋହ ନିଷ୍ପତ୍ତି

ଝାରସୁଗୁଡ଼ା: ଦୀର୍ଘଦିନ ଧରି ନିରବ ରହିବା ପରେ ଗୁରୁବାର  ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ରୋଷେୟା ଲଲିତ ସାହୁଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହାଯାଇଛି ଯେ, ୧୭ ତାରିଖ ଦିନ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ଝାରସୁଗୁଡା ସ୍ଥିତ ବାସଭବନରେ ଲଳିତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେହି ଦିନ ରାତିରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରିଛନ୍ତି। ଶବ ବ୍ୟବଚ୍ଛେଦ ରାତିରେ କରିବା ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କିମ୍ବା ଅଙ୍ଗ ପ୍ରତ୍ୟାରୋପଣ ଆଦି କାରଣ ଥିଲେ ଉପଯୁକ୍ତ ଅଫିସର ତଥା ଜିଲ୍ଲା ମାଜିଷ୍ଟ୍ରେଟ ପାହ୍ୟାର ଅଧିକାରୀଙ୍କ ଆଦେଶ କ୍ରମେ ହୋଇଥାଏ।

ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଉପଯୁକ୍ତ ଆଲୋକ ଓ ସେଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ଦରକାର। ଏହା ବ୍ୟତୀତ ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯିବାର ନିହାତି ଜରୁରୀ। ଏଠାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ସମୟରେ ସଂପୃକ୍ତ ଆଇନଗୁଡିକ ପାଳନ ହୋଇ ନଥିବା ଝାରସୁଗୁଡାର ବୁଦ୍ଧିଜୀବୀ, ସାଧାରଣ ଜନତାଙ୍କ ମନରେ ସନ୍ଦେହ ଜାତ ହେଉଛି। ଏଠାରେ ରାତିରେ ଶବ ବ୍ୟବଚ୍ଛେଦ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶନାମାକୁ ସ୍ୱାସ୍ଥ୍ୟ ବିଭାଗ ବେଖାତିର କରିଥିବା ସନ୍ଦେହ ଜନକ ହୋଇଥିବାରୁ ଲଳିତକୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛି ତାର ଠିକ୍‌ ତଦନ୍ତ ଦାବି କରିଛି କଂଗ୍ରେସ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମହେନ୍ଦ୍ର ନାଏକ, ସିଆରାମ ଦାସ, ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ବିଜେପି ପକ୍ଷରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ରୋଷୟା ଲଳିତ ସାହୁ ମୃତ୍ୟୁ ମାମାଲାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଥିବା ବେଳେ ଏହି ଘଟଣାର ତଦନ୍ତ ଭାର  ସିବିଆଇ କୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛନ୍ତି ।

publive-image

ଏହି ଘଟଣାରେ  ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ବିଜେପି ଏହି ଦାବିରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରିବ ବୋଲି ଘୋଷଣା କରିଛି। ଆସନ୍ତା କାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲାର ସମସ୍ତ ବ୍ଲକ ଅଫିସ ଓ ମ୍ୟୁନିସିପାଲିଟି ଅଫିସ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ  ସୂଚନା ଦିଆଯାଇଛି । ଯଦି ଆବଶ୍ୟକ ପଡେ ତେବେ ଝାରସୁଗୁଡା ବନ୍ଦ ମଧ୍ୟ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଝାରସୁଗୁଡ଼ା ଜିଲ୍ଲା ଆଇନ ପରିସ୍ଥିତି ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ପଦରେ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନଙ୍କୁ ନିଯୁକ୍ତ କରାଯିବାକୁ ମଧ୍ୟ କଂଗ୍ରେସ ଦଳ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe