ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ବର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ‌େହାଇଛି। ଦୀର୍ଘ ଦିନ ପରେ ସେ ଭେଣ୍ଟିଲେଟର୍‌ରୁ ବାହାରି ଏବେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଧୀରେ ଧୀରେ ଭଲ ହେଉଛି। ଖୁବ୍ ଶୀଘ୍ର ସେ ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ ହେବେ ବୋଲି ଭୁବନେଶ୍ବର ଏମ୍‌ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିବାରୁ ଶ୍ରୀ ନାଏକ ଏପ୍ରିଲ୍‌ ମାସରେ ଚିକିତ୍ସା ପାଇଁ ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର