ପୂଜା ଭୋଜି ଖାଇ ୫ଜଣ ଗୁରୁତର, ନୀଳଗିରି ଡକ୍ତରଖାନାରେ ଚିକିତ୍ସାଧିନ

ନୀଲଗିରି: ପୂଜା ଭୋଜି ଖାଇ ୨ ନାବାଳିକା, ୨ ନାବାଳକ ସମେତ ଜଣେ ମହିଲା ଗୁରୁତର ଅସୁସ୍ଥ ହୋଇ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଅଶୋକ ପଣ୍ଡାଙ୍କ ଘରେ ବୁଧବାର ଦିନ ସତ୍ୟନାରାୟଣ ପୁଜା ହେଉଥିଲା ପୂଜାରେ ଭୋଜି ଖାଇ ଘରକୁ ଆସିବା ପରେ ସମସ୍ତେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଲିପି ସଂ (୪) ପୂଣ୍ଣ(୧୨) ରମାକାନ୍ତ(୬) ଉମାକାନ୍ତ(୫) ସହ ମନ୍ଦାକିନି (୨୫) ସମସ୍ତେ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି । ଆଜି ସକାଳୁ ସମସ୍ତେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଘର ଲୋକ କାମକୁ ଯାଇଥିବାରୁ ୨ଟା ବେଳେ ଘରକୁ ଆସି ଏପରି ଅବସ୍ଥା ଦେଖିବାକୁ ପାଇଥିଲେ । ପରେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା ଭୋଜି ଭାତ ରନ୍ଧାରେ କିଛି ତୃଟିଥିବା ସାଧାରଣରେ ସନ୍ଧେହ ହେୁଉଛି ।

ସମ୍ବନ୍ଧିତ ଖବର