ଜାତୀୟ ଗଣମାଧ୍ୟମରେ ନବୀନ ଖୋଲିଲେ ଗୁମର

ସ୍ବାସ୍ଥ୍ୟା ସଂପର୍କରେ ମିଥ୍ୟା ପ୍ରଚାର କରିଥିଲେ ବୈଜୟନ୍ତ, ଟ୍ବିଟ୍ କରି ଜବାବ ରଖିଲେ ପୂର୍ବତନ ସାଂସଦ

ଭୁବନେଶ୍ବର : ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅପପ୍ରଚାର କରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଏଭଳି ସାଂଘାତିକ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ବୈଜୟନ୍ତ ନିଜର ରାଜନୈତିକ ଉଚ୍ଚଭିଳାଷକୁ ପୂରଣ କରିବାକୁ ଯାଇ ଏଭଳି ଅପପ୍ରଚାର କରୁଥିଲେ େବାଲି ଜାତୀୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନ୍‌ଡିଟିଭିକୁ ସାକ୍ଷାତକାର ଦେବା ଅବସରରେ ନବୀନ ଏମିତି କହିଥିବା ଟ୍ୱିଟ୍ କରି ଜଣାଇଛନ୍ତି ସାମ୍ବାଦିକ ଶ୍ରୀନିବାସନ ଜୈନ ।

ପୂର୍ବରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବୈଜୟନ୍ତ ଅପପ୍ରଚାର କରୁଥିବା ବିଜେଡି ଅଭିେଯାଗ କରୁଥିଲା। େଗାଟିଏ ସମୟରେ ବୈଜୟନ୍ତଙ୍କ ଏକାନ୍ତ ଅନୁଗତ ତଥା ରାଜନୈତିକ ସଂଯୋଜକ ଥିବା ଦେବାଶିଷ ମଲ୍ଲିକ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ବୈଜୟନ୍ତଙ୍କୁ ଫାଇନାନ୍ସ କମିଟିରେ ନ ରଖିବା ଯୋଗୁଁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ କେନ୍ଦ୍ରାପଡା ସାଂସଦ ଅପପ୍ରଚାର କରିଥିଲେ ବୋଲି ସେତେବେଳେ ଗଣମାଧ୍ୟମରେ କହିଥିଲେ ଦେବାଶିଷ।

ଏବେ ନିର୍ବାଚନ ଋତୁରେ ଗଣମାଧ୍ୟମ ସାମ୍ନାରେ ନବୀନଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବରୁ ଏକ ଭିଡିଓ ଜାରି େହାଇଥିଲା େଯଉଁଥିରେ ନବୀନ ଫିଟ୍ ଥିବା ବାର୍ତ୍ତା ଆସିଥିଲା। ୨୦୧୯ ନିର୍ବାଚନ ଲଢିବା ପାଇଁ ସେ ପୂୂରା ପ୍ରସ୍ତୁତ େବାଲି ନିଜେ ନବୀନ କହିଥିଲେ। ଜିମ୍‌ରେ ଥିବା ବେଳେ ବି ନବୀନ ଏନଡିଟିଭିକୁ ସାକ୍ଷାତକାର େଦଇଥିବା ଚିତ୍ର ପଦାକୁ ଆସିଛି।

ଅନ୍ୟପକ୍ଷରେ ନବୀନଙ୍କ ଏଭଳି ଅଭିେଯାଗ ପରେ ବୈଜୟନ୍ତ ଟ୍ବିଟ୍ କରି ଏହାର ଜବାବ େଦଇଛନ୍ତି। କହିଛନ୍ତି, ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ମିଛ କଥା। ନବୀନଙ୍କୁ ଶ୍ରୀଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ, ଏପରି ଭିତ୍ତିହୀନ ଅବାନ୍ତର ଷଡଯନ୍ତ୍ରଙ୍କୁ ସେ ବିଶ୍ବାସ ନକରନ୍ତୁ। ଏଥିସହିତ ସେ ନବୀନଙ୍କ ସୁସ୍ଥ ଜୀବନ କାମନା କରିଥିଲେ।

ସମ୍ବନ୍ଧିତ ଖବର