ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଉ: ନରସିଂହ

ଭୁବନେଶ୍ୱର : ସ୍ବାସ୍ଥ୍ୟ ସେବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଅଧିକ ଗବେଷଣା ଦରକାର। ଓଡ଼ିଶା ସରକାର ରାଜ୍ୟରେ ଅନେକ ବିଶ୍ବବିଦ୍ୟାଳୟ ଖୋଲିଛନ୍ତି। ଯଦି ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟଟିଏ ପ୍ରତିଷ୍ଠା ହୁଅନ୍ତା ତାହେଲେ ରାଜ୍ୟବାସୀଙ୍କୁ ଆହୁରି ଉନ୍ନତ ମାନର ଚିକିତ୍ସା ସୁବିଧା ଉପଲବ୍ଧ କରିବାରେ ଅଧିକ ସହାୟକ ହୋଇପାରନ୍ତା। ଆଜି ବିଧାନସଭା ଅପରାହ୍ନ ଅଧିବେଶନରେ ସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ଆହୁରି କହିଥିଲେ, କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ବ୍ୟବସ୍ଥା କରିବା ଏକ ବଡ଼ ଆହ୍ବାନ ହୋଇ ଦେଖାଦେଇଛି। ଅନେକ ସମୟରେ ଅକ୍ସିଜେନ୍‌ ସିଲିଣ୍ଡରର ମଧ୍ୟ ଅଭାବ ଦେଖାଦେଉଛି। ଏହି ସସମ୍ୟା ଦୂର କରିବା ପାଇଁ ରାଜ୍ୟରେ ଥିବା ସମସ୍ଥ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ଲିକୁଇଡ୍‌ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ପ୍ରତିଷ୍ଠା କରାଯାଉ।

ସମ୍ବନ୍ଧିତ ଖବର