ହାଇଟେକ ହସ୍ପିଟାଲ ପକ୍ଷରୁ ମାଳକାନଗିରି ଜିଲ୍ଲାର ଦୁର୍ଗମ ଅଚଂଳରେ ସ୍ୱାସ୍ଥ୍ୟସେବା ଅଭିଯାନ

ଭୁବନେଶ୍ବର : ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ମାଳକାନଗିରି ଜିଲ୍ଲାର ପେପର୍‌ମେଟ୍‌ଲା ସ୍କୁଲ ଠାରେ ଏକ ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁଯାଉଛି। ଦୁର୍ଗମ ଅଚଂଳରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଏକାଧିକ ବସ୍ ସେବା ଯୋଗାଇ ଦିଆଯିବ ସହିତ ସେଠାରେ ଅସୁସ୍ଥ ଥିବା ଲୋକଙ୍କୁ ସହରାଂଚଳକୁ ଆଣି ସୁଚିକିତ୍ସା କରାଇ ସୁସ୍ଥ ହେବା ପରେ ପୁଣି ଘରେ ପହଂଚାଇବାର ଏକ ଅଦମ୍ୟ ଉତ୍ସାହ ଓ ଅଭିଳାସ ରଖିଛି ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ। ଏଥିପାଇଁ ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ଅତି ସଂକଳ୍ପବଧ ଭାବେ ଘୋଷଣା କରିଛନ୍ତି ଯେ ମାଳକାନଗିରି ଜିଲ୍ଲାର ଦୁର୍ଗମ ଅଚଂଳରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଏବଂ ନିମ୍ନ ବର୍ଗର ଅଧିବାସୀମାନଙ୍କର ସୁଚିକିତ୍ସା ଏବଂ ଚିକିତ୍ସା ସଂର୍ପକିତ ଖର୍ଚ୍ଚ ନିଶୁକ୍ଳ ଭାବରେ କରାଯିବ।

ଏହି ବସ୍ ସେବାକୁ ହାଇଟେକ ଗ୍ରୁପର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ହାଇଟେକ ହସ୍ପିଟାଲର ଚିପ ଏକଜୁକେଟିଭି ଅଫିସର ଡକ୍ଟର ସ୍ମୀତା ପାଢ଼ୀ, ମେଡିକାଲ ସୁପରିଟେଂଟ ଡକ୍ଟର ବାସୁଦେବ ବେହେରା, ଫିଜିଓଥେରାପି କଲେଜର ପ୍ରନ୍ସିପାଲ ଡକ୍ଟର ଦୀପକ ସାମନ୍ତରାଏ, ନରସିଙ୍ଗ କଲେଜର ସୁପରିଟେଂଟ ସିସିଲ ସାବିୟରଙ୍କ ସମେତ ଅନ୍ୟାନ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଚାଲିବ। ଏଥିପାଇଁ ମାଳକାନଗରିରି ଜିଲ୍ଲା ପ୍ରଶାସନ, ଓଡିଶା ସରକାର ଏବଂ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଅଦମ୍ୟ ଉତ୍ସାହ ଓ ଅଭିଳାସକୁ ରାଜ୍ୟସାରା ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର