ରାଜଧାନୀରେ ସୁସ୍ଥ ସଂଖ୍ୟା ବଢ଼ୁଛି

୮୨୩ ଆକ୍ରାନ୍ତ, ୭୦୯ ସୁସ୍ଥ, ୨ ମୃତ

ଭୁବନେଶ୍ବର : ରାଜଧାନୀରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ଏବେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇ ସପ୍ତାହ ତଳେ ହଠାତ୍ ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ିଲା, ସେତେବେଳେ ସୁସ୍ଥଙ୍କ ସଂଖ୍ୟା ବହୁତ କମ୍‌ ଥିଲା। ସେତେବେଳେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ, ଏବେ ସେମାନେ ସୁସ୍ଥ ହେଉଛନ୍ତି। ଅପରପକ୍ଷେ ରାଜଧାନୀରେ ୨ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ସୋମବାର ୮୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ସଙ୍ଗରୋଧରୁ ୧୫୦ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୭୩ଜଣ ଅଛନ୍ତି। ସବୁଠୁ ଅଧିକ ଆକ୍ରାନ୍ତ ନୂଆପଲ୍ଲୀରୁ ଚିହ୍ନଟ ହୋଇଛନ୍ତି। ଏଠାରେ ୭୪ ଜଣ ଆକ୍ରାନ୍ତ (୫୯ ସ୍ଥାନୀୟ ସଂକ୍ରମିତ ଓ ୧୫ସଙ୍ଗରୋଧରୁ) ଚିହ୍ନଟ ହୋଇଛନ୍ତି।

ସେହିପରି ଡୁମଡୁମାରୁ ୨୩ଜଣ, ବମିଖାଲରୁ ୨୬ଜଣ, ଝାରପଡ଼ାରୁ ୨୦ଜଣ, ପୁରୁଣା ଭୁବନେଶ୍ବରରୁ ୪୬ଜଣ, ଚନ୍ଦ୍ରଶେଖରପୁରରୁ ୪୨ଜଣ, ସହିଦନଗରରୁ ୧୪ଜଣ, ରସୁଲଗଡ଼ରୁ ୨୮ଜଣ, ପଟିଆରୁ ୫୮ଜଣ, ଖଣ୍ଡଗିରିରୁ ୩୦ଜଣ, ଲକ୍ଷ୍ମୀସାଗରରୁ ୧୩ଜଣ, ସୁନ୍ଦରପଦାରୁ ୨୧ଜଣ, ୟୁନିଟ-୯ରୁ ୨୦ଜଣ, ଟଙ୍କପାଣି ରୋଡରୁ ୧୬ଜଣ, ୟୁନିଟ-୪ରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ବାହାର ଜିଲ୍ଲାରୁ ଭୁବନେଶ୍ବର ଆସିଥିବା ୧୩ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର