କଟକ: ହାଇକୋର୍ଟରେ ପ୍ରତି ବିକଳ୍ପ କାର୍ଯ୍ୟ ଦିବସରେ ଖଣ୍ଡପୀଠ ବସି ମାମଲା ଶୁଣାଣି କରିବେ। ଲକ୍ଡାଉନ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା ସାନି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ପ୍ରତି ବିକଳ୍ପ କାର୍ଯ୍ୟ ଦିବସରେ ଗୋଟିଏ ଦୁଇ ଜଣିଆ ଖଣ୍ଡପୀଠ ଓ ଦୁଇଟି ଜଣିକିଆ ଖଣ୍ଡପୀଠ ବସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲା ଶୁଣାଣି କରିବେ। ମେ’୧ ତାରିଖ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
ଏପ୍ରିଲ ୧୭, ୨୦, ୨୨, ୨୪, ୨୯, ଓ ମେ’ ୧ରେ ହାଇକୋର୍ଟରେ ଖଣ୍ଡପୀଠ ବସି ମାମଲା ଶୁଣାଣି କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି। ଲକ୍ଡାଉନ ସମୟରେ ସବୁ କାର୍ଯ୍ୟ ଦିବସରେ ଫାଇଲିଂ କାଉଣ୍ଟର ଦିନ ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଛୁଟିଦିନକୁ ଛାଡି ଅନ୍ୟ ସମସ୍ତ ଦିବସରେ ଏପରି ବ୍ୟବସ୍ଥା ଜାରି ରହିବ। ଫାଇଲିଂ କାଉଣ୍ଟରକୁ ଆସୁଥିବା ଆଇନଜୀବୀ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା କର୍ମୀ ପଦକ୍ଷେପ ଗ୍ରହଣ କରିବେ। ଏଥି ପାଇଁ ଫାଇଲିଂ କାଉଣ୍ଟର ନିକଟରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Odisha-High-Court-5-640x430.jpg)