ହାଇକୋର୍ଟରେ ଦାରା ସିଂ ଆବେଦନର ଶୁଣାଣି

କଟକ : ମୟୂରଭଞ୍ଜ ଦୌରା ଅଦାଲତଙ୍କ ଆଜୀବନ କାରାଦଣ୍ଡାଦେଶକୁ ଚାଲେଞ୍ଜ କରି ଦାରା ସିଂ ଓରଫ ରବୀନ୍ଦ୍ର ପାଲ ଓ ଅନ୍ୟ ତିନି ଆସାମୀ ଦାୟର କରିଥିବା ଆବେଦନର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଦାରା ସିଂ ଓ ଅନ୍ୟ ଆବେଦନକାରୀଙ୍କ ତରଫରୁ ଆଜି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ମାମଲାରେ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଅଗଷ୍ଟ ୨୫କୁ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୯ରେ ମୟୂରଭଞ୍ଜର ଜାମବଣି ଗ୍ରାମର ଚର୍ଚ୍ଚର ଫାଦରଙ୍କୁ ହତ୍ୟା କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଏହି ମାମଲାର ଶୁଣାଣି କରି ଦାରା ସିଂ, ଯଦୁନାଥ ମହାନ୍ତ, ରାଜକିଶୋର ମହାନ୍ତ ଓ ଚେମା ହୋଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର