କଟକ: ଆଜି ଅନୁଭବ-ବର୍ଷାଙ୍କ ଘରୋଇ ହିଂସା ମାମଲାର ଶୁଣାଣି ହେବାର ରହିଛି। ଏଭଳି ପରିସ୍ଥିତିରେ ପୁଣି ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ। ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ କରିବାରେ ଲାଗିଛନ୍ତି ଅଭିନେତା ଅନୁଭବ ମହାନ୍ତି। ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆ ଓ୍ୱାର ତେଜିବାରେ ଲାଗିଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ମହାନ୍ତି ଜାରି କରିଛନ୍ତି ନୂଆ ଭିଡିଓ। ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି।
ଏହାପରେ ପାଲଟା ଭିଡିଓ ଜାରି କରିଛନ୍ତି ଅନୁଭବ । ସେ କହିଛନ୍ତି ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ମିଡିଆରେ ପ୍ରସାରଣ ନ ହେବାକୁ କୋର୍ଟରେ ଅପିଲ୍ କରିଥିଲେ। କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ। ଆଉ ବର୍ଷା ହିଁ ପ୍ରଥମେ ମିଡିଆକୁ ସବୁ କିଛି କହିଥିଲେ। ତେବେ ଅନୁଭବ ଏହି ଭିଡିଓ ମାଧ୍ୟମରେ ଅନେକ କଥା କହିଛନ୍ତି। ଏହାସହ ଆମେ ଆଉ ଏକାଠି ରହିପାରିବାନି ବୋଲି ମଧ୍ୟ ଅନୁଭବ ବର୍ଷାଙ୍କୁ ଭିଡିଓ ମାଧ୍ୟମରେ କହିଛନ୍ତି।
ଗୋଟିଏ ପରେ ଗୋଟିଏ ଭିଡିଓ କରି ଅନୁଭବ, ବର୍ଷାଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଏହାସହ ଆଜି ହେଉଛି ଘରୋଇ ହିଂସା ମାମଲାର ଶୁଣାଣି ରହିଛି ଉଭୟଙ୍କର। ତେବେ ଆଜି କୋର୍ଟ କେଉଁ ନିଷ୍ପତ୍ତି ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ପୂର୍ବରୁ ମଧ୍ୟ ଅନେକ ଥର ଏତଲା ଦେଇଥିବାବେଳେ ଅନୁଭବ ସୋସିଆଲ ମଡିଆରେ ପୋଷ୍ଟ କରିଥିବା ଭିଡିଓ, ଯାହାକି ବର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଥିବା ବର୍ଷା ଅଭିଯୋଗ କରିଛନ୍ତି।
ଆଜି ଅନୁଭବ-ବର୍ଷାଙ୍କ ଘରୋଇ ହିଂସା ମାମଲାର ଶୁଣାଣି, ଏଣେ ପୁଣି ଆସିଲା କେନ୍ଦ୍ରାପଡ଼ା ସାଂସଦଙ୍କର ଆଉ ଏକ ଭିଡିଓ
/sambad/media/post_attachments/wp-content/uploads/2022/05/Anubhav-Barsha_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)