ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ସୋମବାର ଠାରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଯାଇଛି। ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଆଜି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ସଦାନନ୍ଦପୁର ଗ୍ରାମର ବାପୁ ଓରଫ ଦେବାଶିଷ ଜେନାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି।
ହତ୍ୟାକାଣ୍ଡ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରି ସାରିଛି। ମାମଲାରେ ଅଭିଯୁକ୍ତ ଶର୍ମିଷ୍ଟା, ତାର ସହଯୋଗୀ ଝୁନା ଭୋଇ ଏବଂ ଅନ୍ୟ ଦୁଇ ଅପରାଧି ଏବେ ଭଦ୍ରକ ଜେଲରେ ବିଚାରାଧିନ ବନ୍ଦୀ ଅଛନ୍ତି। ରାମନବମୀ ପାଇଁ ପୁଲିସ ସହାୟତା ନ ମିଳିବାରୁ ସେମାନଙ୍କୁ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ନ କରାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେମାନଙ୍କୁ କୋର୍ଟରେ ହାଜର କରା ଯାଇଥିଲା। ସାକ୍ଷ୍ୟ ଗ୍ରହଣ ବେଳେ ଦେବାଶିଷ ତାଙ୍କ ବୟାନରେ କହିଥିଲେ ଯେ, ତାଙ୍କ ଅଂଚଳର ସମସ୍ତ ଭିଡିଓ ସୁଟିଂ ପାଇଁ କଲ ସେ ମାନସ ସ୍ବାଇଁଙ୍କୁ ଦିଅନ୍ତି। ପଳାସପୁର ଗ୍ରାମର ବଳଭଦ୍ର ଭୋଳଙ୍କ କନ୍ୟା ବାହାଘର ଭିଡିଓ ସୁଟିଂ କଲ ମଧ୍ୟ ସେ ମାନସକୁ ଦେଇଥିଲେ।
/sambad/media/post_attachments/wp-content/uploads/2023/03/manas-cameraman.jpg)
ମାନସ ୨୦୨୨ ମସିହା ଫେବ୍ରୁଆରି ୫ ତାରିଖ ସଂଧ୍ୟାରେ ଭୁବନେଶ୍ବରରୁ ତାଙ୍କର ଜଣେ ସହଯୋଗୀ ସହ ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ତାକୁ ନେଇ ବଳଭଦ୍ର ଭୋଳ ଘରେ ସେ ୬ ତାରଖ ସକାଳେ ଛାଡି ଆସିଥିଲେ ଓ ୭ ତାରିଖ ସ୍କୁଟିରେ ଉଭୟଙ୍କୁ ନେଇ ଫେରିଥିଲେ।ପଳାସପୁର ମନ୍ଦିର ପାଖରେ ସ୍ବାଧିକାର ନ୍ୟୁଜ ଚେନାଲ ସାମ୍ବାଦିକ ଶରତ ପଣ୍ଡା ତାଙ୍କୁ ଅଟକାଇଥିଲେ ଓ ସେ ରହିବା ପରେ ତାଙ୍କ ପଛରେ ଥିବା କାର୍ (ଓଡି୦୨ ୬୫୯୯) ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଆସି ମାନସକୁ ମୋବାଇଲ କ୍ୟାମେରା ଓ ଚିପସ୍ ମାଗିଥିଲେ। ସେ ମନା କରିବାରୁ ତା ଗାଲକୁ ଦୁଇ ଚାପୁଡା ମାରି କାର ଭିତରକୁ ଘୋଷାରି ନେଇ ବସାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ଜେଲରେ ଥିବା ଶର୍ମିଷ୍ଠା ଓ ଝୁନା ଭୋଇକୁ ଦେବାଶିଷ ଚିହ୍ନିଥିଲା। ମାତ୍ର ଜେଲରେ ଥିବା ରଂଜନ ବିଷୟରେ କିଛି କହି ପାରି ନ ଥିଲା।
ପ୍ରକାଶ ଥାଉକି କ୍ରାଇମବ୍ରାଞ୍ଚ ତରଫରୁ ଯେଉଁ ଚିହ୍ନଟ ପ୍ରକ୍ରିୟା (ଟି.ଆଇ.ପ୍ୟାରେଡ) ହୋଇଲା ସେତେବେଳେ ଶର୍ମିଷ୍ଠା, ତାର ସହଯୋଗୀ ଝୁନା ଓ ବିବେକକୁ ଚିହ୍ନିଥିଲା। ମାତ୍ର ବିବେକ ଆଜି ନିଜର ଅସୁସ୍ଥ ଦର୍ଶାଇ କୋର୍ଟରେ ହାଜର ହୋଇ ନ ଥିଲା। ସେ ମାଜିଷ୍ଟ୍ରେଟ ଆଗରେ ଦେଇଥିବା ଫୌଜଦାରି କାର୍ଯ୍ୟବିଧି ଆଇନର ୧୬୪ ଦଫାର ବୟାନ କାଗଜ ପତ୍ର ଅପରପକ୍ଷ ଓକିଲଙ୍କ ହସ୍ତଗତ ହୋଇନଥିବାରୁ ଆଜି ତାଙ୍କୁ ଅପରପକ୍ଷ ଓକିଲ ଜେରା ନ କରି ଆସନ୍ତାକାଲି ଜେରା ପାଇଁ ତାରିଖ ରଖାଗଲା ବୋଲି ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ପ୍ରଦୀପ କୁମାର ସାମଲ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Hearing-Started-of-Manas-Murder-Case_Thumbnail.jpg)