ଏନ୍‌ଜିଟିର ଗୁରୁତ୍ବପୂର୍ଣ୍ଣ ରାୟ: ୩୪ ଏକରରେ ସୀମିତ ରହିବ ବାଲିଯାତ୍ରା, ଅବଶିଷ୍ଟ ୩୯୨ ଏକରରେ ସୃଷ୍ଟି ହେବ ଜଙ୍ଗଲ

କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ଜମି ଉପରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କରାଯାଇ ବିରୋଧ କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ (ଏନ୍‌ଜିଟି)ରେ ଦାୟର ମାମଲାର ରାୟ ପ୍ରକାଶ ପାଇଛି। ଏନ୍‌ଜିଟି ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ମିଳିଛି କିନ୍ତୁ ୩୪ଏକର ପରିମିତ ବାଲିଯାତ୍ରା ପଡିଆର ଆଉ ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ଏନଜିଟିଙ୍କ ରାୟରେ ସ୍ପଷ୍ଟ କରାଯାଇଛି।

୩୪ ଏକର ବାହାରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ କରାଯିବ ପାରିବ ନାହିଁ। ଏଥି ସହିତ କୌଣସି ପ୍ରକାର ବ୍ୟାବସାୟିକ କାର୍ଯ୍ୟକୁ ମଧ୍ୟକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ସୁପ୍ରିମକୋର୍ଟ ବାଙ୍ଗାଲୋର ମେଡିକାଲ ଟ୍ରଷ୍ଟ ଓ ଲାଲବାହାଦୂର ମାମଲାରେ ପ୍ରଦାନ କରିଥିବା ରାୟ ଆଧାରରେ ପାର୍କର ରକ୍ଷଣାବେକ୍ଷଣ
କରାଯାଇପାରିବ। ପୁଣି ଥରେ ଏନ୍‌ଜିଟିଙ୍କ ରାୟରେ ସ୍ପଷ୍ଟ କରାଯାଇଛି ସମଗ୍ର ୪୨୬ ଏକର ଜମି ଉପରେ କୌଣସି ପ୍ରକାର କଂକ୍ରିଟ ନିର୍ମାଣ ହୋଇ ପାରିବ ନାହିଁ। ମହାନଦୀ ପଠା ଆଡଭୋକେଟ ଜେନେରାଲ୍‌ଙ୍କ ମତ ସହିତ ଏନ୍‌ଜିଟି ସହମତ ହୋଇଛନ୍ତି। ଅନ୍ୟପକ୍ଷରେ ସମଗ୍ର ଅଞ୍ଚଳ ‘ଫ୍ଲଡପ୍ଲେନ୍ ଜୋନ୍’ରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୋତାଯାଇଥିବା ଅଞ୍ଚଳରେ ଦିଆଯାଇଥିବା ନିର୍ମାଣ ସଂପର୍କିତ ମାଷ୍ଟର୍‌ପ୍ଲାନ୍ ଗ୍ରହଣୀୟ ନୁହେଁ ବୋଲି ଏନ୍‌ଜିଟି କହିଛନ୍ତି। ରାଜ୍ୟ ଅନ୍ୟ ପ୍ରମୁଖ ନଦୀର ‘ଫ୍ଲଡପ୍ଲେନ୍ ଜୋନ୍‌’ ଚିହ୍ନଟ ପାଇଁ ପଦକ୍ଷେପ ନେବାକୁ ଏନ୍‌ଜିଟି ସରକାରଙ୍କୁ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଶଯ୍ୟାକୁ ବେଆଇନ ଉଲ୍ଲଘଂନ ବୋଲି ଏନ୍‌ଜିଟି କହିଛନ୍ତି। ସବୁ ପ୍ରକାର ପ୍ରତିଷେଧକ ସମଗ୍ର ୪୨୬ ଏକର ଉପରେ କୌଣସି ଯାଇଛି ବୋଲି ଦର୍ଶାଇ ଜାତୀୟ ଗ୍ରୀନ୍‌ ଟ୍ରକ୍‌ନାଳରେ ପ୍ରକାର କଂକ୍ରିଟ ନିର୍ମାଣ ହେବ ନାହିଁ। ବ୍ୟବସ୍ଥା ଗ୍ରହଣ କରି ବାଲିଯାତ୍ରା ଆୟୋଜନ କରାଯିବ।ପରିମଳ, ସ୍ଵଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ପ୍ରସଂଗରେ ରହିଥିବା ପ୍ରତିଷେଧକ ବ୍ୟବସ୍ଥା ପାଳନ କରି ବାଲିଯାତ୍ରା ୩୪ ଏକର ଜମିରେ ଆୟୋଜନ କରାଯିବ ବୋଲି ଏନ୍‌ଜିଟି କହିଛନ୍ତି। ଅବଶିଷ୍ଟ ୩୯୨ ଏକର ଜମି ଉପରେ ଜଙ୍ଗଲ ସୃଷ୍ଟି ଉପରେ ଏନଜିଟି ଗୁରୁତ୍ବାରୋପ କରିଛନ୍ତି। କେବଳ ସ୍ଥାନୀୟ ପ୍ରଜାତିର ଗଛ ଏହି ଜମିରେ ଲଗାଯିବ। ଏହି ଅଞ୍ଚଳକୁ ଏକ ବାୟୋଲୋଜିକାଲ୍ ପାର୍କରେ ରୂପାନ୍ତରିତ କରାଯିବ। ଏହି ଜମିକୁ କୌଣସି ପ୍ରକାର ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହାର
କରାଯିବ ନାହିଁ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ସ୍ପଷ୍ଟ କରିଛନ୍ତି ଯେ ପୋତାଯାଇଥିବା ଜମିରୁ ଦୁଇ ତୃତୀୟାଂଶ ଘଞ୍ଚ ଜଙ୍ଗଲରେ ରୂପାନ୍ତରିତ କରାଯିବା ଅବଶିଷ୍ଟ ଏକ ତୃତୀୟାଂଶରେ ପାର୍କ, ଖେଳପଡ଼ିଆ କରାଯାଇପାରିବ।

ପରିବେଶବିତ ବିଶ୍ବଜିତ ମହାନ୍ତି ଓ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଦୁଇଟି ପୃଥକ ମାମଲା ଦାୟର କରିଥିଲେ। ଏନ୍‌ଜିଟି ମାମଲାର ଶୁଣାଣି କରି ଏକ ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟି ମହାନଦୀ ପଠା ଓ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲା। ରିପୋର୍ଟରେ ମହାନଦୀ ପଠା ପୋତାଯିବା ଯୋଗୁଁ କଟକ ଉପକଣ୍ଠରେ ଥିବା ୩୮ଟି ଗ୍ରାମକୁ ବନ୍ୟା ବିପଦ ରହିଛି ବୋଲି ଉଲ୍ଲେଖ କରାଯାଇଥିଲା। ଏଥି ସହିତ ମହାନଦୀ ପଠାର ଯେଉଁ ୪୨୬ ଏକର ଜମି ପୋତା ଯାଇଛି, ସେଠାରୁ ବାଲି କାଢି ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କମିଟି
ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି ଦ୍ବାରା ମହାନଦୀର ଜଳ ପ୍ରବାହ ପୂର୍ବାବସ୍ଥାକୁ ଫେରି ଆସିବ ବୋଲି କୁହାଯାଇଥିଲା।
ପୋତାଯିବା ଦ୍ଵାରା କଟକ ଉପକଣ୍ଠରେ ରହିଥିବା ୩୮ଟି ଗ୍ରାମ ପ୍ରତି ବନ୍ୟା ବିପଦ ରହିଥିବାରୁ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ଦ୍ବାରା ଗଠିତ ସାତ ଜଣିଆ ବିଶେଷଜ୍ଞ କମିଟି ରିପୋର୍ଟରେ ମହାନଦୀ ପଠାରେ ଯେଉଁ ୪୨୬ ଏକ ପରମିତ
ଅଞ୍ଚଳକୁ ପୋତି ଦିଆଯାଇଛି ସେଠାରୁ ବାଲି କାଢ଼ି ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ କୁହାଯାଇଥିଲା। ଏହା ସମ୍ଭବ ନୁହେଁ ବୋଲି ଆଡଭୋକେଟ୍‌ ଜେନେରାଲ ମତ ଦେଇଥିବା ବେଳେ ରିପୋର୍ଟରେ ମଧ୍ୟ ଏହା ସମର୍ଥନରେ ତଥ୍ୟ ରହିଛି।

ସମ୍ବନ୍ଧିତ ଖବର