ଚାର୍ଜସିଟ୍‌ ଦାଖଲ ହୋଇ ନ ପାରିବାରୁ ପୁଲିସ-ଆଇନଜୀବୀ ବିବାଦ ମାମଲାର ଶୁଣାଣି ଘୁଞ୍ଚିିଲା

କଟକ: ପୁଲିସ-ଆଇନଜୀବୀ ବିବାଦର ଆଜି ବି ଶୁଣାଣି ହୋଇ ପାରି ନାହିଁ । ହାଇକୋର୍ଟ ଆଜି ପୁଲିସ ଆଇନଜୀବୀ ବିବାଦର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ଅଧିକ ସମୟ ମାଗିଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ ପୁଲିସ- ଆଇନଜୀବୀ ବିବାଦରୁ ରାଜ୍ୟର ନ୍ୟାୟିକ ପ୍ରକ୍ରିୟାରେ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଛି। ତେଣୁ ମାମଲାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ପାଇଁ ଅଧିକ ସମୟ ଚାହିଁବା ସହତ ଆଜି ହାଇକୋର୍ଟରେ ଚାର୍ଜସିଟ ଦାଖଲ କରି ପାରି ନ ଥିଲେ।। ଅପରପକ୍ଷେ ଗତକାଲି ହାଇକୋର୍ଟ ବାର ଆସୋସିଏସନ ବୈଠକ ବସି ଥିଲା ଓ ଏହା ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ମାତ୍ର ହାଇକୋର୍ଟ ବାର ଆସୋସିଏସନ ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରି ନ ଥିଲା।

ସମ୍ବନ୍ଧିତ ଖବର