ଭୁବନେଶ୍ୱର: ଅହମଦାବାଦର ସତ୍ୟ ସାଇ ହାର୍ଟ ହସ୍ପିଟାଲରେ ଆସନ୍ତା ୨ ବର୍ଷ ପାଇଁ ଓଡ଼ିଶାର ଗରିବ ଏବଂ ଅଭାବୀ ପିଲାମାନଙ୍କୁ ମାଗଣା ହୃଦରୋଗ ଚିକିତ୍ସା ସେବା ଦିଆଯିବା ପାଇଁ ଓଡ଼ିଶା ସରକାର ଆଜି ପ୍ରଶାନ୍ତି ମେଡିକାଲ ସର୍ଭିସେସ୍ ଏବଂ ରିସର୍ଚ୍ଚ ଫାଉଣ୍ଡେସନ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ୍ ବିନୀତ ସରନ୍, ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍, ଓଡ଼ିଶାର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
#Odisha Govt has signed an MoU with Prasanti Medical Services and Research Foundation for extension of free cardiac treatment services to the poor and needy kids of Odisha for next two years at Satya Sai Heart Hospital, Ahmedabad. #OdishaCarespic.twitter.com/PE7IGTcSwq
— CMO Odisha (@CMO_Odisha) November 19, 2020
ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୧୮ରେ ହୃଦରୋଗରେ ପୀଡ଼ିତ ଓଡିଶାର ପିଲାମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବା ପାଇଁ ଏହି ଡାକ୍ତରଖାନା ସହ ଚୁକ୍ତି ହୋଇଥିଲା । ଚୁକ୍ତିନାମା ଅନୁଯାୟୀ, ଅସୁସ୍ଥ ଶିଶୁମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ବାକି ସମସ୍ତ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆଯିବ । ଅଦ୍ୟାବଧି, ୧୦୧୯ ପିଲା ହୃଦରୋଗର ଅସ୍ତ୍ରୋପଚାର କରିଛନ୍ତି ଏବଂ ସେମାନେ ହୃଦଘାତରୁ ଆରୋଗ୍ୟ ହୋଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆମ ସରକାରଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କ ସରକାର ସମସ୍ତ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଓଡିଶାର ଗରିବ ଲୋକଙ୍କୁ ମାଗଣାରେ ହୃଦରୋଗର ଚିକିତ୍ସା ମିଳିବା ଏବଂ ସେମାନଙ୍କୁ ଜୀବନର ଏକ ନୂତନ ପଟ୍ଟା ଦିଆଯିବା ନିଶ୍ଚିତ କରିବା ବୋଲି ସେ କହିଛନ୍ତି।