ଧୀରେ ଧୀରେ ବଢ଼ିବ ତାତି

ଭୁବନେଶ୍ବର : ଓଡ଼ିଶାରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବ କମିଛି। ଧୀରେ ଧୀରେ ପାଗରେ ପରିବର୍ତନ ହୋଇଛି। ଦୁଇ ଦିନ ହେଲା ସାରା ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପୂର୍ବାନୁମାନ କରାଯାଇଛି ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବ। ଭୁବନେଶ୍ବର, କଟକ, ନୟାଗଡ଼ ଆଦି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରି ଉପରକୁ ଚାଲିଯିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଟପିଯିବ। ଶୁକ୍ରବାର ଦିନ ସମୟରେ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର