ଭୁବନେଶ୍ବର: କିଛିଦିନ ହେଲାଣି ଗ୍ରୀଷ୍ମ ପ୍ରବାହ ଜାରି ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ବନ୍ଦ କରିବାକୁ ସରକାର ଘୋଷଣା କରି ଦେଇଛନ୍ତି। ତେବେ ପିଲାଙ୍କ ପରୀକ୍ଷା ଯେମିତି ଚାଲିବା କଥା ସେମିତି ଚାଲିବ।  ଜାରି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ସତର୍କ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Advertisment

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱା‌ର୍ଣ୍ଣିଂ ଜାରି କରାଯାଇଛି।

IMD issues heatwave warning for several West Bengal districts for four days  | Cities News,The Indian Express

ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ଅସୁସ୍ଥ ଓ ବୃଦ୍ଧ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ। ଯଥା ସମ୍ଭବ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ବି ପାଣିପାଗ ବିଭାଗ ପରାମର୍ଶ ଦେବା ସହିତ ଆଖୁ, ଗ୍ରୀଷ୍ମ ମକା, ଡାଲି ଏବଂ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ଯ୍ୟ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି |ତେବେ ଏହି ଗ୍ରୀଷ୍ମ ପ୍ରବାହ ମଇ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହିତ ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଖରା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।