ରାଜ୍ୟର ୫ଟି ଜିଲ୍ଲାରେ ଆଗାମୀ ୨୪ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ! ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: କରୋନା ମହାମାରୀ ହେତୁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏପଟେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଆହୁରି ବିଚଳିତ କରି ପକାଇଛି। ଦିନ୧୦ଟା ପରେ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଧା, କଟକ, ଢ଼େଙ୍କାନାଳ, ମୟୁରଭଞ୍ଜ ଓ ବାଲେଶ୍ବର ରହିଛି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ କେତେଟି ପରାମର୍ଶ ଦିଆଯାଇଛି। ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଜାରି ହେବାକୁ ଥିବା ଗ୍ରୀଷ୍ମ ପ୍ରବାହ ସାଧାରଣ ଜନତାଙ୍କ ପାଇଁ ସହନଶୀଳ ହୋଇଥିବା ବେଳେ ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ଅସହ୍ୟ ହୋଇପାରେ।

ଏଣୁ ସେମାନେ ଏହି ସମୟରେ ଘରୁ ନ ବାହାରିବା ଭଲ। ଏହିସବୁ ଅଞ୍ଚଳରେ ମଧ୍ୟାହ୍ନ ସମୟରେ (ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ) ବାହାରକୁ ଯିବାବେଳେ ଖରା ପାଗ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଭଳି ଖରାରେ ଯଦି ଜରୁରୀ ପଡ଼ୁଛି ଆଉ ଆପଣମାନଙ୍କୁ ବାହାରକୁ ବାହାରିବାକୁ ପଡ଼ୁଛି ତେବେ ମୁଣ୍ଡରେ ଓଦା ଗାମୁଛା ସହିତ ସାଙ୍ଗରେ ଛତା ଓ ପାଣି ବୋତଲ ନେବାକୁ ଆଦୌ ଭୁଲନ୍ତୁ ନାହିଁ।

ସମ୍ବନ୍ଧିତ ଖବର