୨୯ରୁ ଅସ୍ତବ୍ୟସ୍ତ କରିବ ତାତି

ଭୁବନେଶ୍ୱର : ମାର୍ଚ୍ଚ ୨୯ରୁ ଅସହ୍ୟ ହେବ ତାତି। ସାରା ଓଡ଼ିଶାର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଖୋର୍ଧା ସମେତ ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, ବଲାଙ୍ଗୀର, କଟକ, ସୋନପୁରରେ ତାପମାତ୍ରା ୪୦ ଡିଗ୍ରି ଟପିଯିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଗୁୁଳୁଗୁଳି ସାଙ୍ଗକୁ ଟାଣ ଖରା ହେବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଉକ୍ତ ସ୍ଥାନଗୁଡ଼ିକ ଲାଗି ହିଟ୍‌ େଓ୍ଵଭ୍‌ ଜାରି କରାଯାଇଛି। ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଆଜି ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ ଓ ସୋନପୁର ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର