ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ

ଭୁବନେଶ୍ୱର : ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଖରା କମିଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ୪୦ଡିଗ୍ରିି ଉପରେ ତାପମାତ୍ରା ରହିଛି। ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ଥିଲା। ଝାରସୁଗୁଡ଼ାରେ ୪୧.୬ ଡିଗ୍ରି ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୧.୫, ହୀରାକୁଦରେ ୪୧.୭, ତାଳଚେରରେ ୪୧.୫, ଭବାନିପାଟଣାରେ ୪୦.୫, ବଲାଙ୍ଗୀରରେ ୪୨.୩ ଡିଗ୍ରି ରେକର୍ଡ ହୋଇଛି।

ଅପରପକ୍ଷେ ଉପକୂଳ ଓଡ଼ିଶାର ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ, ଗୋପାଳପୁର, ପୁରୀ, ଅନୁଗୁଳ, ଦକ୍ଷିଣ ଓଡ଼ିଶାର କୋରାପୁଟ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଦାରିଙ୍ଗବାଡ଼ିରେ କାଳବୈଶାଖୀ ଜନିତ ବର୍ଷା ହେବାରୁ ତାତି କମିଛି। ଆସନ୍ତା ଦୁଇରୁ ତିନି ଦିନ ଏହି ସବୁ ଅଞ୍ଚଳରେ ତାତି କମ୍‌ ଅନୁଭୂତ ହେବ। କିନ୍ତୁ ଏହାପରେ ତାତି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବର୍ାନୁମାନ କରିଛି।

ଅପରପକ୍ଷେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଜଗତସିଂହପୁର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ।

ସମ୍ବନ୍ଧିତ ଖବର