କଳାହାଣ୍ଡିରେ ପାରଦ ୪୩.୫ ଡିଗ୍ରି ଛୁଇଁଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗୁରୁବାର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରି ଛୁଇଁ ଚଳିତ ବର୍ଷର ସବୁ ରେକର୍ଡକୁ ଭାଙ୍ଗିଛି। ଚଳିତ ବର୍ଷର ସର୍ବାଧିକ ଗ୍ରୀଷ୍ମତାତି ଆଜି ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଗତ ମାସ ୨୪ ତାରିଖ ୪୧ ଡିଗ୍ରି, ୨୫ରେ ୩୯.୮, ୨୬ରେ ୩୯.୫, ୨୭ରେ ୩୮, ୨୮ରେ ୪୧, ୨୯ରେ ୪୩, ୩୦‌ରେ ୪୦, ୩୧ରେ ୪୨ ଡିଗ୍ରି, ଜୁନ ୧ରେ ୪୦.୫ ଡିଗ୍ରି ଏବଂ ଗୁରୁବାର ସବୁ ରେକର୍ଡ ଭାଙ୍ଗି ୪୩.୫ ଡିଗ୍ରିରେ ଦିନର ସର୍ବୋଚ୍ଚ ତାପମାତ୍ରା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ଆଜି ପ୍ରଚଣ୍ଡ ଗୁଳୁଗୁଳି ଓ ତୁହାକୁ ତୁହା ବିଜୁଳିକାଟ ‌ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି।

ସମ୍ବନ୍ଧିତ ଖବର