୩୦ ଯାଏଁ ଶ୍ରମିକଙ୍କୁ ଦିନ ୧୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ବାହାରେ କାମ କରିବା ମନା

ଭୁବନେଶ୍ୱର : ବର୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ଅଂଶୁଘାତରେ ୪୨ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବାର ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ବାହାରେ କାମ କରିବା ନେଇ ବାରଣ କରିଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଯାଏଁ ଶ୍ରମିକମାନଙ୍କୁ ବାହାରେ କାର୍ଯ୍ୟରେ କେହି ନିୟୋଜିତ ନ କରିବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି।  ଏ ନେଇ ବିଭାଗ ପକ୍ଷରୁ ସରକାରଙ୍କ ସମସ୍ତ ବିଭାଗ, ରାଜ୍ୟରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ମାଲିକ, ଠିକାଦାରଙ୍କୁ ଅନୁରୋଧ କରାଯାଇଛି। ତେବେ ଜରୁରୀ କାର୍ଯ୍ୟ ଥିଲେ, ସଂପୃକ୍ତ ନିଯୁକ୍ତିଦାତାମାନେ ସମ୍ଭାବ୍ୟ ରୌଦ୍ରତାପରୁ ରକ୍ଷା ପାଇଁ ସେହି ଶ୍ରମିକମାନଙ୍କ ନିମନ୍ତେ ସତର୍କମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର