୩ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ; ଖୋର୍ଦ୍ଧା, ନୟାଗଡ଼ ଓ କଟକ ପାଇଁ ସତର୍କତା ଜାରି

ଭୁବନେଶ୍ବର : ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଲାଗି ରହିବ । ବିଶେଷକରି ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଅନୁଭୂତ ହେବ ବୋଲି ସତର୍କ କରାଇଦେଇଛି ଭାରତୀୟ ପାଣିପାଗ ବିଭାଗ ।

ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେହିପରି ଫୁଲବାଣୀରେ ସର୍ବନିମ୍ନ ୨୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅଳ୍ପ କେତୋଟି ଜିଲ୍ଲାକୁ ଛାଡ଼ିଦେଲେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷକରି  ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ (ହଳଦିଆ ସତର୍କତା ) ଜାରି କରାଯାଇଛି । ଏପରିକି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ସାରା ରାଜ୍ୟରେ  ପାଗ ଶୁଖିଲା ରହିବ ।

ତେବେ ୨୭ରୁ ୨୯ ତାରିଖ ମଧ୍ୟରେ କେତୋଟି ଜିଲ୍ଲା ଯଥା ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କୋରାପୁଟ, ଗଞ୍ଜାମ, ଗଜପତି ଓ ଯାଜପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ୨୮ରୁ ୨୯ ତାରିଖ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର