୩ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଚେତାବନୀ

ଭୁବନେଶ୍ବର : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ହେବ। ବିଶେଷକରି ଖୋର୍ଧା, କଟକ ଓ ନୟାଗଡ଼ରେ ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ଯୋଗୁଁ ଅଂଶୁଘାତଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଆସନ୍ତା ଦୁଇ ଦିନ ପାଇଁ ଏହି ତିନି ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଖରାରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଏଥିସହ ଆସନ୍ତା ୨୮ ଓ ୨୯ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାଳବୈଶାଖୀଜନିତ ବର୍ଷା ସହ ପବନର ବେଗ ୩୦ରୁ ୪୦ କିମ ରହିବାର ସମ୍ଭାବନା ଥିବାରୁ ଏହି ଦୁଇ ଦିନ ପା‌ଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏପ୍ରିଲ ୪ ତାରିଖ ପୂର୍ବରୁ ତାତିରୁ ଆଶ୍ବସ୍ତିର ସମ୍ଭ‌ାବନା କମ୍‌। ୩୦ ତାରିଖରେ ପଶ୍ଚିମ ଓଡ଼ିଶା, ୩୧ ତାରିଖରେ ସମଗ୍ର ଓଡ଼ିଶା ଓ ଏପ୍ରିଲ ପହିଲାରେ ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠାରୁ ଅଧିକ ଗରମ ହେବ। ଏହି ୩ ଦିନରେ ସର୍ବାଧିକ ତାପମାତ୍ରା ଅନେକ ସ୍ଥାନରେ ୪୧ ରୁ ୪୨ ଡିଗ୍ରି ରହିବ। ସମ୍ଭବତଃ ମାର୍ଚ୍ଚ ୩୧ ତାରିଖ ଦିନ ଭୁବନେଶ୍ବର ଦେଶର ପ୍ରମୁଖ ଉତ୍ତପ୍ତ ସହର ହେବ। ଏପ୍ରିଲ ୧ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଭୁବନେଶ୍ବରରେ ୨୯ ତାରିଖ ଓ ଏପ୍ରିଲ ୨ ରୁ ୪ ତାରିଖ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର