କମୁନି ପଶ୍ଚିମ ଓଡ଼ିଶା ତାତି: ୬ ସହର ତାପମାତ୍ରା ୪୦ ଉପରେ

ଭୁବନେଶ୍ବର : ରାଜ୍ୟର ଉପକୂଳ, ଆଭ୍ୟନ୍ତର ଜିଲ୍ଲାଗୁଡ଼ିକର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଥିବା ବେଳେ ଲଗାତାର କିଛି ଦିନ ଧରି ପଶ୍ଚିମ ଓଡ଼ିଶା ଉତ୍ତପ୍ତ ପିଣ୍ଡ ପାଲଟିଛି। ୪୧ ଡିଗ୍ରି ପାର୍‌ କରିଥିବା ପଶ୍ଚିମ ଓଡ଼ିଶାର କିଛି ସହର ୪୦କୁ ଖସିଛି। କିନ୍ତୁ ତାତି ଜାରି ରହିଛି। ରାଜ୍ୟର ୭ ସହର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବାବେଳେ ସେଥିମଧ୍ୟରୁ ୬ଟି ସହର ପଶ୍ଚିମ ଓଡ଼ିଶାର।

European Commission – europa.eu

ରାଜ୍ୟର ସର୍ବାଧିକ ତାପମାତ୍ରା ସମ୍ବଲପୁରଠାରେ ୪୦.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୦.୫ ଡିଗ୍ରି, ବଲାଙ୍ଗୀର ଓ ହୀରାକୁଦରେ ୪୦.୪ ଡିଗ୍ରି, ଝାରସୁଗୁଡ଼ାରେ ୪୦.୪ ଡିଗ୍ରି, ବାରିପଦାରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଆଭ୍ୟନ୍ତର ଓଡ଼ିଶାର ତାଳଚେରରେ ୪୦ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଖାଲି ସେତିକି ନୁହେଁ ପଶ୍ଚିମ ଓଡ଼ିଶାର ଅନେକ ସହର ତାପମାତ୍ରା ୩୯.୫ ଡିଗ୍ରି ପାର୍‌ କରି ୪୦ ପାଖାପାଖି ରହିଛି। ଭବାନୀପାଟଣା, ସୋନ୍‌ପୁର ଓ ଟିଟିଲାଗଡ଼ ତାପମାତ୍ରା ମଧ୍ୟ ୪୦ଡିଗ୍ରି ପାଖାପାଖି ରହିଛି।

ସମ୍ବନ୍ଧିତ ଖବର