ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ତାତି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋମବାର ହିଟ୍େଓ୍ଵବ ବା ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ସତର୍କ ସୁଚନା .ଦେଇଛି । ଦୁଇଦିନ ପୂର୍ବରୁ ମୌସୁମୀ ପହଞ୍ଚିବା ନେଇ ଲୋକଙ୍କ ମନରେ ଆଶ୍ୱସ୍ତି ଲାଭ ହୋଇଥିଲା କି ଯାହା ହେଉ ଏ ବର୍ଷ ଖୁବ୍ ଶୀଘ୍ର ତାତିରୁ ତ୍ରାହି ମିଳି ଯାଇଛି। କିନ୍ତୁ ପରିସ୍ଥିତି ଓଲଟା ଦେଖିବାକୁ ମିଳୁଛି। ଦୁଇ ଚାରି ଦିନ ହେବ ଲୋକମାନେ ଅହସ୍ୟ ତାତିରେ ହନ୍ତସନ୍ତ ହେଉଛନ୍ତି। ତାତି ସହିତ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି କେନ୍ଦୁଝର ଓ କଳାହାଣ୍ଡିରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୨.୩ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନମ୍ନ ୨୦.୦ଡିଗ୍ରୀ ତାପମାତ୍ରା ରହିଛି।