ଆଜି ସନ୍ଧ୍ୟାରୁ ମଦୁଆ ଚାଳକଙ୍କୁ ତ୍ରାହି ନାହିଁ, ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୁଲିସ । ରାଜ୍ୟର ସମସ୍ତ ଟୋଲଗେଟରେ ମଦ୍ୟପ ଚାଳକଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଏନେଇ ଏକ ସର୍କୁଲାର ଜାରି କରିଛି ଓଡ଼ିଶା ପୁଲିସ । ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି ସନ୍ଧ୍ୟାରୁ ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ।

dailyhunt

ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବାକୁ ଆକ୍ଟିଭ ମୋଡରେ ଓଡ଼ିଶା ପୁଲିସ । ମଦୁଆ ଡ୍ରାଇଭରଙ୍କୁ ଧରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଉକ୍ତ ଗାଡିକୁ ମଧ୍ୟ ଜବତ କରାଯିବ ବୋଲି ସୂଚାଇ ଦେଇଛି ପୁଲିସ । ମଦୁଆ ଡ୍ରାଇଭରଙ୍କୁ ଧରିବା ମାତ୍ରେ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ସହ ୨ ଘଣ୍ଟା ମଧ୍ୟରେ ରକ୍ତ ପରୀକ୍ଷା କରାଯିବ । ସେହିଭଳି ମହିଳାଙ୍କ କ୍ଷେତ୍ରରେ କେବଳ ମହିଳା ଡାକ୍ତର ହିଁ ରକ୍ତପରୀକ୍ଷା କରିପାରିବେ ।

ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ମଦୁଆ ଚାଳକଙ୍କର ବେଲ କରାନଯାଏ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ । ଏପରିକି କୋର୍ଟରେ ହାଜର କରାଯିବା ସହ ପ୍ରମାଣ ସ୍ୱରୂପ ଟୋଲଗେଟର ସିସିଟିଭି ଫୁଟେଜ ଦିଆଯିବ । ତେବେ ସାଧାରଣ ଲୋକଙ୍କୁ ହଇରାଣ ନ କରି କେବଳ ସନ୍ଦେହ ହେଉଥିବା ମଦୁଆ ଚାଳକଙ୍କୁ ଯାଞ୍ଚ କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ନିୟମ ଅନୁଯାୟୀ ମଦୁଆ ଚାଳକ ଟ୍ରାଫିକରେ ଧରାପଡିଲେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡୁଥିଲା ।

ସମ୍ବନ୍ଧିତ ଖବର