ପ୍ରବଳ ଥଣ୍ଡା ନେଲା ୨ ପ୍ରାଣ

କଳାବାଡ଼ିଆ : ପ୍ରବଳ ଶୀତରେ ଥରୁଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି। ବ୍ଲକ୍‌ର ୧୯ଟି ପ˚ଚାୟତରେ ଏବେ ଶୀତର ଲହରୀ ପ୍ରବାହିତ ହେଉଛି। ହାଡ଼ଫଟା ଶୀତ ଅସହାୟ ଓ ବ୍ୟୟସ୍କମାନଙ୍କ ପାଇଁ କାଳ ସାଜୁଛି। ଗୋଟିଏ ଦିନରେ ବ୍ଲକ୍‌ର ଚନ୍ଦନପୁର ଗ୍ରାମର ସ୍ନେହଲତା ବେହେରା (୫୦) ଓ ସୁମିତ୍ରା ବେହେରା (୯୦)ଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି। ଖବର ବ୍ୟାପିବା ପରେ ଭଙ୍ଗା ଘରେ କିମ୍ବା ଶୀତ କାକରରେ ଦିନ କାଟୁଥିବା ଲୋକଙ୍କର ଭାଳେଣି ପଡ଼ିଯାଇଛି। ଏଥିସହ ବାଙ୍ଗିରିପୋଷି ଅଞ୍ଚଳରେ ୬/୭ ଜଣ ମସ୍ତିଷ୍କ ବିକୃତ ଲୋକ ଏଣେ ତେଣେ ବୁଲାବୁଲି କରୁଥିବା ଓ ସେମାନଙ୍କ ରହିବାର କୌଣସି ନିର୍ଦ୍ଦିଷ୍ଟ ଠିକଣା ନଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର