ପୁରୀ: କାଳିଆ ସାଆନ୍ତଙ୍କ ସୁନାବେଶ ଦେଖିବାକୁ ଆଜି ପୁରୀରେ ଭକ୍ତମାନଙ୍କ ପ୍ରବଳ ଜନସମାଗମ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେତୁ ସିଂହଦୁଆର ଆଗରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଉପରେ ମୁଣ୍ଡ ଫଟା ଖରା ଓ ପାଦତଳେ ବଡ଼ଦାଣ୍ଡର ତତଲା ରାସ୍ତା ଭକ୍ତଙ୍କୁ ଡହଳବିକଳ କରିଛି। ମୁଣ୍ଡ ଗୁଞ୍ଜିବାକୁ ଛାଇ ଟିକେ ମିଳିନି। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦର୍ଶନ ପାଇଁ ଆସି ଡହଡହ ଖରାରେ ଅତିଷ୍ଠ ହୋଇଛନ୍ତି ଶ୍ରଦ୍ଧାଳୁ।
ସିଂହଦ୍ୱାର ଆଗରେ ଲମ୍ବା ଲାଇନ୍ ଲାଗିଥିବା ହେତୁ ଭକ୍ତମାନଙ୍କୁ ଦର୍ଶନ ଲାଗି ୪ରୁ ୫ ଘଣ୍ଟା ସମୟ ଲାଗୁଥିବା କୁହାଯାଉଛି। ବଡଦାଣ୍ଡରେ ପ୍ରାୟ ଦେଢ଼ କିଲୋମିଟର ବ୍ୟାପି ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି। ଏଥିରେ ଅତିଷ୍ଠ ହୋଇ, ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଭକ୍ତ ଧସେଇ ପଶିଥିବା ଭଳି ଘଟଣା ଘଟିଛି। ଏହାଫଳରେ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ଉପୁଜିଛି। ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଭିଡ ଜମାଇଛନ୍ତି । ତେବେ ନୀତି ବିଳମ୍ବ କାରଣରୁ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ବନ୍ଦ ଥିଲା ।
/sambad/media/post_attachments/wp-content/uploads/2022/03/puri-aa-1.jpg)
ଆଜି ସ୍କୁଲ, କଲେଜ ଓ ଅଫିସ୍ ଛୁଟି ଥିବା ହେତୁ ଅନେକ ଲୋକ ସପରିବାର ସକାଳୁ ସକାଳୁ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରରେ ଭିଡ଼ ଲଗାଇଥିଲେ। ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିବା କୁହାଯାଉଛି। ଶ୍ରୀଜିଉଙ୍କ ନୀତିକାନ୍ତି ଲାଗି ପ୍ରାୟ ୧ ଘଣ୍ଟା ଯାଏ ଦର୍ଶନ ବନ୍ଦ ରହିଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି। ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ଉପସ୍ଥିତ ଜନତାଙ୍କ ଭିତରେ ଠେଲାପେଲା ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। କେମିିତି ମନ୍ଦିର ଭିତରେ ଆଗେ ପ୍ରବେଶ କରିବେ ତାକୁ ନେଇ ଭକ୍ତଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା। ଏହା ଫଳରେ ଏଭଳି ସ୍ଥିତି ଉପୁଜିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-28.png)