ଆସନ୍ତା ୨୨ ଓ ୨୩ ତାରିଖରେ ରାଜ୍ୟର ୧୮ଟି ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ବର : ଆସନ୍ତା ୨୨ ଓ ୨୩ ତାରିଖରେ ୧୮ ଜିଲ୍ଲାରେ ଘନ କୁହୁଡ଼ି ହେବ। ଥଣ୍ଡା ସେତେଟା ହେବନି। ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ପଡ଼ିବ। ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବନି। ପୂର୍ବାନୁମାନ ଅନୁଯାୟୀ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ସୋନପୁର, କେନ୍ଦୁଝର ଓ ବଲାଙ୍ଗୀରରେ ଘନ କୁହୁଡ଼ି ହେବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାତିର ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯାଇଛି। ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ଓ ସୋନପୁରରେ ହାଲୁକା ବର୍ଷା ହୋଇଛି।

ସମ୍ବନ୍ଧିତ ଖବର