ଆଜିଠାରୁ ୨ ଦିନ ପାଇଁ ରାଜ୍ୟର ୬ ଜିଲ୍ଲାରେ ଘନ କୁହୁଡ଼ି
ଭୁବନେଶ୍ବର : ଆଜିଠାରୁ ଦୁଇଦିନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବ। । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସବୁ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆର୍ସି) ସମ୍ପୃକ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜାନୁଆରି ୩ ତାରିଖ ସକାଳେ ଅନୁଗୁଳ, କଟକ, ଜଗତସିଂହପୁର, ଭଦ୍ରକ ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ସେହିପରି ୪ ତାରିଖରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ସ୍ଥିତି ଜାରି ରହିବ।