ପ୍ରଚଣ୍ଡ ଖରା, ଜନଜୀବନ ବେହାଲ: ପରବାଏ କରୁନି ଟାଟା ପାୱାର୍

ବରଗଡ଼: ଭୟ˚କର ତାତି, ଗୁଳୁଗୁଳିରେ ବରଗଡ଼ ଜିଲ୍ଲା ଛଟପଟ ହେଉଛି। ସା˚ଘାତିକ ଖରା ଜନଜୀବନକୁ ଆତଙ୍କିତ କରି ଦେଉଛି। କିଛି ଦିନ ହେଲା କ୍ରମାଗତ ଭାବେ ଜିଲ୍ଲାର ତାପମାତ୍ରା ନିଜ ପୁରୁଣା ରେକର୍ଡ ଭାଂଗୁଛି।  ମେ’ ପ୍ରଥମ ସପ୍ତାହ ବେଳକୁ ତାପମାତ୍ରା ୪୦ ଡିଗ୍ରି ଉପରେ କ୍ରମାଗତ ଭାବେ ରହୁଥିଲା। ତେବେ ବାତ୍ୟା ଯୋଗୁଁ ଉପକୂଳ ଅଂଚଳରେ ବର୍ଷା ହେବା ପରେ ବରଗଡ଼ ଜିଲ୍ଲାରେ ସାମାନ୍ୟ ମେଘୁଆ ପାଗ ସହ ତାପମାତ୍ରା ଖସିଥିଲା। ଗତ ୧୧ ତାରିଖରୁ ୧୩ ତାରିଖ ଯାଏଁ ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୭ ଡିଗ୍ରି ମଧ୍ୟରେ ରହିଥିଲା। କିନ୍ତୁ ଏବେ ସ୍ଥିତି ଆହୁରି ଭୟଂକର। ୧୫ ତାରିଖରୁ ପାରା ଉପର ମୁହାଁ ହୋଇଛି। ୧୫ ତାରିଖ ୩୯.୫ ଡିଗ୍ରି ପାରଦ ରହିଥିଲା। ଯାହା ୧୬ ତାରିଖ ୪୨.୪ ଡିଗ୍ରି ଅତିକ୍ରମ କରିଛି। ମଂଗଳବାର ପାରଦ ୪୩ ଡିଗ୍ରି ଛୁଇଁଛି।

ତେବେ ଗୋଟିଏ ପଟେ ଜିଲ୍ଲାବ୍ୟାପୀ ଅଗ୍ନିବର୍ଷା ଜାରି ରହିଥିବାବେଳେ ଟାଟା ପାୱାର୍‌କୁ କିନ୍ତୁ କିଛି ଫରକ୍‌ ପଡ଼ୁନି। କୌଣସି ହିସାବରେ ପାୱାର୍‌ କଟ୍‌ ହେବ ନାହିଁ ବୋଲି ସରକାର କହୁଛନ୍ତି। କିନ୍ତୁ ଯଦି ହାରାହାରି ହିସାବ କରାଯାଏ, ବରଗଡ଼ ସହରରେ ଦିନକୁ ବିଭିନ୍ନ ଆଳରେ ୫ରୁ ୬ ଘଣ୍ଟା ବିଜୁଳି କଟୁଛି। ସହରର ପ୍ରତି ୱାର୍ଡରେ କୌଣସି ନା କୌଣସି କାରଣରୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌କାଟ୍‌ ହେଉଛି। ଦିନ ହେଉକି ରାତି, ସହରବାସୀଙ୍କୁ ବିଜୁଳି ବେଦନାରୁ ନିସ୍ତାର ମିଳୁନି। କିଛି ଦିନ ତଳେ ଜିଲ୍ଲାପ୍ରଶାସନ, ସ୍ଥାନୀୟ ପ୍ରତିନିଧି ଏବଂ ଟାଟା ପାୱାର୍‌ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା। ବିଜୁଳି କଟିବ ନାହିଁ ବୋଲି ଟାଟା ପାୱାର୍‌ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଯଥା ପୂର୍ବଂ, ତଥା ପରଂ ଢାଞ୍ଚାରେ ବିଜୁଳି କଟୁଛି। ଖରାଦିନିଆ ପାଣି ସ˚କଟ ସ୍ଥିତିକୁ ଆହୁରି ବିଗାଡ଼ି ଦେଉଛି। ସହର ହେଉକି ଗ୍ରାମାଞ୍ଚଳ, ସବୁଠି ପାଣି ପାଇଁ ଲୋକେ ଡହଳବିକଳ। ବାଲ୍‌ଟି, ଗରା ଧରି ଲୋକେ ପାଣିସ୍ରୋତ ପାଖରେ ଲମ୍ବା ଲାଇନ୍‌ରେ ଛିଡ଼ା ହେବା ଏକ ନିତିଦିନିଆ ଘଟଣା ପାଲଟି ଗଲାଣି।

ତେବେ ଜୀରା, ଅ˚ଗ ନଦୀର ପାଣିସ୍ରୋତ ପୂର୍ବଭଳି ପର୍ଯ୍ୟାପ୍ତ ନାହିଁ। ଯଦ୍ବାରା ଭୂସ୍ତର ଜଳସ୍ତର କ୍ରମଶଃ ନିମ୍ନଗାମୀ ହୋଇଯାଉଛି। ଫଳରେ ଉଚ୍ଚସ୍ଥାନରେ ଥିବା ଅ˚ଚଳରେ ସା˚ଘାତିକ ଜଳକଷ୍ଟ ଲାଗି ରହିଛି। ଅମ୍ବାଭୋନା, ଗାଇସିଲାଟ୍‌ ଆଦି ବ୍ଲକ ପାହାଡ଼ିଆ ଏବ˚ ଟା˚ଗରା ଥିବାରୁ ଗଭୀର ଖନନ କଲେ ବି ପାଣି ବାହାରୁ ନାହିଁ। ଏସବୁ ସ୍ଥିତି ମଧୢରେ ବର୍ଦ୍ଧିତ ତାପମାତ୍ରାରେ ଜିଲ୍ଲାବାସୀ ସନ୍ତୁଳି ହେଉଛନ୍ତି। ସକାଳ ୯ଟା ପରେ ସ୍ଥିତି ସା˚ଘାତିକ ରୂପ ଧାରଣ କରୁଛି। ସକାଳ ୧୦ଟାରୁ ତାପମାତ୍ରା ପାଖାପାଖି ୩୮-୩୯ ଡିଗ୍ରି ଯାଏଁ ପହ˚ଚୁଛି। ଯାହା କ୍ରମଶଃ ବୃଦ୍ଧି ପାଇଁ ଦିନ ୨ଟା ବେଳକୁ ୪୩-୪୪ ଡିଗ୍ରିକୁ ପହ˚ଚୁଛି। ରାତି ସାରା ଜିଲ୍ଲାର ସ୍ବାଭାବିକ ତାପମାତ୍ରା ୨୬ରୁ ୨୮ ଡିଗ୍ରି ମଧୢରେ ରହୁଛି। ସ˚ଧୢାରେ ଶୀତଳ ପବନ ପ୍ରବାହିତ ହେଉନଥିବାରୁ ଲୋକେ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ଆଗକୁ ଖରା ବଢ଼ିବ ବୋଲି ପାଣିପାଗ ପୂର୍ବାନୁମାନ ଥିବାରୁ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ।

ସମ୍ବନ୍ଧିତ ଖବର