ଭୁବନେଶ୍ୱର : ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତରାଖଣ୍ଡର ସ୍ଥିତି ଅତି ସଂଗୀନ ହେବ ବୋଲି ଆଇଏମଡି ସତର୍କ କରାଇଦେଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ସେହିପରି ୨୦ଟି ରାଜ୍ୟରେ ବର୍ଷା ଜାରି ରହିବ। ତେବେ ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Advertisment

ଝଡ଼ ତୋଫାନ ଯୋଗୁଁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ଆଶଙ୍କା କରାଯାଇଛି। ତେବେ ୮ ତାରିଖ ଅର୍ଥାତ୍‌ ବୁଧବାର ଦିନ ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ବୁଲେଟିନ୍‌ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କାରଣରୁ ପାଣିପାଗରେ ପରିବର୍ତ୍ତନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ସହ କିଛି ସ୍ଥାନରେ ଝଡତୋଫାନ ନେଇ ବି ଆଶଙ୍କା ରହିଛି । ମୟୁରଭଞ୍ଜ, ବାଲେଶ୍ୱେର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, କେନ୍ଦୁଝରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି।