ଆସୁଛି ବଡ଼ ବର୍ଷା, ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆସୁଛି ବଡ଼ ବର୍ଷା । ୧୦ରୁ ୧୪ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ । ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା । ପ୍ରବଳ ବର୍ଷା ନେଇ ସତର୍କ କରାଇଲେ ଏସଆରସି । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଚିଠି ଲେଖି ସତର୍କ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ବଙ୍ଗୋପସାଗରରେ ଆଜି ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଆସନ୍ତା ୧୧ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାର ଆହୁରି ଚିହ୍ନିତ ହେବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଆରମ୍ଭ କରି ଜୁନ ୧୫ ପର୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯ଼ାଇଛି ।

ଆଇଏମଡିର ରିପୋର୍ଟ ଅନୁସାରେ ଆସନ୍ତା ୧୦ ଜୁନରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁରରେ ବର୍ଷା ସମ୍ଭାବନା ରହିଛି । ସେହିପରି ୧୧ ଜୁନରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁରରେ ବର୍ଷା ସମ୍ଭାବନା ରହିଛି । ଜୁନ ୧୨ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳରେ ବର୍ଷା ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର