ମାଲକାନଗିରି: ପ୍ରବଳ ବର୍ଷାରେ ବୁଡ଼ିଲା ମାଲକାନଗିରି ଜିଲ୍ଲା। ମାଲକାନଗିରି ସୀମାନ୍ତ ମୋଟୁ ନିକଟରେ ଥିବା କୁଇଗୁର ପୋଲ ଉପରେ ୨ରୁ ୩ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ ଦୁଇଦିନ ହେଲା କାଲିମେଳା ଓ ମୋଟୁ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୋଟୁ ନିକଟରେ ପ୍ରବାହିତ ହେଉଥିବା ସିଲେରୁ ଓ ସାବେରୀ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।
ସୂଚନାଯୋଗ୍ୟ, ଗୋଦାବରୀ ନଦୀରେ ବନ୍ୟା ଆସିବା ଯୋଗୁଁ ଓଡ଼ିଶାର ମୋଟୁ ଓ ଆନ୍ଧ୍ରର ଚିନ୍ତୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/e02c7679-3539-4da2-95f3-4be1371bbd59.jpg)